ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ବିଜେପି ଓ କଂଗ୍ରେସ କର୍ମୀ ଯୋଗଦାନ କଲେ ବିଜେଡ଼ିରେ

0

ଆଗାମୀ ନିର୍ବାଚନରେ ବିଜେଡ଼ି ସହ ହାତରେ ହାତ ମିଶାଇ କାର୍ଯ୍ୟ କରି ବିରୋଧିକୁ ପରାସ୍ତ କରିବା ପାଇଁ ଶପଥ

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ -:-ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଂଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ବିଜେଡ଼ି ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ତେବେ ଏହି ଅ ଳରେ କଂଗ୍ରେସ ଓ ବିଜେପି ଦଳର ବହୁକର୍ମୀ ଦିନକୁ ଦିନ ଦଳୀୟ ସାଙ୍ଗଠନିକ ବିପର୍ଯ୍ୟୟ ଉପରେ ଅତିଷ୍ଟ ହୋଇ ବିଜେଡ଼ିରେ ଯୋଗଦାନ କରୁଥିବାର ସାଧାରଣରେ କୁହାଯାଇଛି । ଏହାର ଏକ ନଗ୍ନ ନମୁନା ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମ ପଂଚାୟତ ଅଂଚଳରେ ଦେଖିବାକୁ ମିଳିଛି । ଓରତି ଗ୍ରାମ ପଂଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏପରିକି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଆଗାମୀ ଦିନରେ ଏହି କର୍ମୀମାନେ ବିଜେଡ଼ି ଦଳର ସାଂଗଠନିକ କ୍ଷେତ୍ରକୁ ମଝବୁତ କରିବାକୁ ଶପଥ ନେଇଥିଲେ । ମନ୍ତ୍ରୀ ପ୍ରତାପ ଜେନା ଙ୍କ ସହ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଅଧ୍ୟକ୍ଷା ସବିତା ଓଝା,ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଯୁବନେତା ଅଶୋକ କୁମାର ଓଝା,ଜିଲ୍ଲାପରିଷଦ ସଭ୍ୟ ଗୀତାଞ୍ଜଳୀ ପଣ୍ଡା ,ସରପଂଚ ଭୂପତିଭୂଷଣ ଷଣ୍ଢ, ସମିତିସଭ୍ୟ ମନୋରଂଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.