ରାଉରକେଲା,(ବସନ୍ତ କୁମାର ଜେନା): ଆସୋସିଏସନ୍ ର କହିବା ଅନୁଯାୟୀ ୨୦୨୦/୨୧ କୋଭିଡ୍-୧୯ ସମୟରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମ୍ବଲପୁର ରାଜସ୍ୱ ପରିଷଦଙ୍କୁ ଭଡାଛାଡ଼ ପାଇଁ ସୁପାରିଶ କରିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଭଡାଛାଡ଼ କରାଗଲା ନାହିଁ।ଏ ସମ୍ପର୍କରେ ଆରଡିଏ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଚିଠି ଦେବା ପରେ ଆଲୋଚନା ପାଇଁ କାର୍ଯାଳୟରୁ ଫୋନ ଯୋଗେ ଡାକରା ପାଇ ଆସୋସିଏସନ୍ ର ସଦସ୍ୟ ମାନେ ଆଜି ଆରଡିଏ ସଚିବ ଦିବ୍ୟଜ୍ୟୋତୀ ପରିଡାଙ୍କୁ ସାକ୍ଷାତ ଓ ଆଲୋଚନା କରିଥିଲେ। ଆଲୋଚନା ସଫଳ ହୋଇଛି ବୋଲି ଆରଡିଏ ସପ୍ ଓନର୍ସ ଆସୋସିଏସନ୍ ତରଫରୁ କୁହାଯାଇଛି। ଆରଡିଏ ସଚିବ କଥା ଦେଇଛନ୍ତି ୬/୭ ଦିନ ଭିତରେ ଶୌଚାଳୟ ଓ ମାର୍କେଟ ଭିତରେ ଥିବା ପାଣି ସମସ୍ୟାର ସମାଧାନ କରିବେ।ମାର୍କେଟର ନବୀକରଣ ପାଇଁ ୬ମାସ ଭିତରେ ଟେଣ୍ଡର ମାଧ୍ୟମରେ ହେବ ବୋଲି ଆରଡିଏ ସଚିବ ଦିବ୍ୟଜ୍ୟୋତୀ ପରିଡା ତାଙ୍କ ମନ୍ତବ୍ୟ ରେ କହିଛନ୍ତି।ଆଗକୁ ଯାହା ଉନ୍ନତି ମୁଳକ କାମହେବ ,ଆରଡିଏ ସପ୍ଓନର୍ସ ଆସୋସିଏସନ୍ ଙ୍କ ସହମତି ଜଣାଇ କାର୍ଯ୍ୟହେବ।
କଲୋନୀ ଭିତରେ ଥିବା ଆବାସିକ ଗ୍ରୁହ ମାନଙ୍କରେ ଗଢି ଉଠିଥିବା ଦୋକାନ ସବୁକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଜଣାଇଛନ୍ତି ଓ ସେମାନଙ୍କୁ ମଧ୍ୟ ସର୍ଭେ ହୋଇ ସେମାନଙ୍କୁ ନୋଟିସ ଦିଆଯିବ ବୋଲି ଆରଡିଏ ସଚିବ ଦିବ୍ୟଜ୍ୟୋତି ପରିଡା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.