ବାଲେଶ୍ୱର (ଶାସକ ପ୍ରଶାସକ) : “ସୁବର୍ଣ୍ଣଶ୍ରୀ ପ୍ରକାଶିନୀ ” ଆନୁକୂଲ୍ୟରେ ଔପନ୍ୟାସିକ ଚକ୍ରଧର ସାହୁଙ୍କ ଉପନ୍ୟାସ ” ତୁ ମୋ ଭାଗ୍ୟ ଆକାଶର ପହିଲି କିରଣ” ଲୋକାର୍ପିତ ହୋଇଯାଇଛି | ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ କାଳିପଦ ପଣ୍ଡାଙ୍କ ସଭାପତିତ୍ୱରେ ବାଲେଶ୍ୱର ସ୍ଥିତ ଫାଣ୍ଟାସି ହୋଟେଲ ଠାରେ ଏ ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ନେତା ତଥା ବିଜେଡି ଯୁଗ୍ମ ସମ୍ପାଦକ ଜଗନ୍ନାଥ ଦାସ ଅନ୍ୟ ଅତିଥିମାନଙ୍କ ଗହଣରେ ଏହି ପୁସ୍ତକକୁ ଲୋକାର୍ପିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦିପୁର ଆଇଟିଆରର ବରିଷ୍ଠ ବୈଜ୍ଞାନିକ ପ୍ରତାପ ଚନ୍ଦ୍ର ସାହୁ ଏବଂ ଇମାମି ପେପରସ ମିଲର କାର୍ମୀକ ପ୍ରବନ୍ଧକ ମନୋଜ କୁମାର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ।
Sign in
Sign in
Recover your password.
A password will be e-mailed to you.