ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅନୁଷ୍ଠିତ

0

କଲ୍ୟାଣସିଂହପୁର : ପ୍ରଦିପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ଗୋଷ୍ଠି ଶିକ୍ଷା ଆରମ୍ଭ କରାଯାଇଛି । ଶିକ୍ଷା ବିଭାଗ ନିର୍ଦ୍ଦେଶରେ ପ୍ରତ୍ୟେକ ବିଦ୍ୟାଳୟ ଶିକ୍ଷକ ମାନେ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଗୋଷ୍ଠି ମାଧ୍ୟମରେ ଶିକ୍ଷା ଦେବାପାଇଁ କୁହଯାଇଥିବା ବେଳେ ଜଗନ୍ନାଥ ପୁର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତ୍ୟେକ ସାହି ସାହି ବୁଲି ସେହି ସାହିରେ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଏକତ୍ର କରି ଶିକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଅଷ୍ଟମ, ନବମ, ଦଶମ ,ଏକାଦଶ ,ଦ୍ୱାଦଶ ଶ୍ରେଣୀ ଖୋଲା ଯାଇ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଉଛି । ସରକାରଙ୍କ କୋବିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଆ ଯାଉଛି । ଉକ୍ତ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟ ଗୋଷ୍ଠି ଶିକ୍ଷା ଦାନ କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.