ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ଜନଅସନ୍ତୋଷ : ସରକାର ଟିକେ ଦୃଷ୍ଟି ଦିଅନ୍ତୁ ଓ ଲୋକଙ୍କ ସଂଶୟ ଦୂର କରନ୍ତୁ

0

ପୁରୀ/ବଳଙ୍ଗା(ଅନିମେଶ ପଟ୍ଟନାୟକ): ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ନେଇ ବଳଙ୍ଗା ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି । ହିତାଧିକାରୀଙ୍କ ଆଖି ସ୍କାନ କରି ସେମାନଙ୍କୁ କାର୍ଡ ଦେବା ବଦଳରେ ବିନା ସ୍କାନରେ କାର୍ଡ ଦିଆଯାଉଥିବା ଅଭିଯୋଗ ହେଉଛି । ଫଳରେ କାର୍ଡର ବୈଧତା ଓ କାର୍ଯ୍ୟକ୍ଷମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ବଳଙ୍ଗା ଥାନା ଅଧିନସ୍ଥ ନିମାପଡ଼ା, ପିପିଲି, ସତ୍ୟବାଦୀ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଦୁଇଟି ଲେଖାଏଁ କାର୍ଡ ବଣ୍ଟନ କେନ୍ଦ୍ର କରାଯାଇ ବଣ୍ଟା ଯାଉଛି । ହିତାଧିକାରୀ ନିଜ ରାସନ କାର୍ଡ ଦେଖାଇ ନିଜ ନିଜ କାର୍ଡ ନେଉଛନ୍ତି । କେତେକ କେନ୍ଦ୍ରରେ ବଣ୍ଟନ କାର୍ଯ୍ୟକ୍ରମ ସରିଯାଇଥିବା କୁହାଯାଉଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ସ୍କାନିଂ ହୋଇପାରୁନି । କେନ୍ଦ୍ର ପରିସରରେ ଗହଳି ବଢିବା ଯୋଗୁଁ ହିତାଧିକାରୀଙ୍କୁ ବିନା ଆଖି ସ୍କାନିଂରେ କାର୍ଡ ଦେଇଦିଆଯାଉଥିବା ଅଭିଯୋଗ ଆସୁଛି । ଫଳରେ କାର୍ଡର ବୈଧତା ଓ କାର୍ଯ୍ୟକାରିତାକୁ ନେଇ ଜନଅସନ୍ତୋଷ ବଢୁଛି । ଅନେକ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କ କାର୍ଡ ଆସିନଥିବା ରୁ ନିରାଶ ହୋଇ ଫେରୁଛନ୍ତି। ସ୍ମାର୍ଟ କାର୍ଡ ସ୍କାନ ପୁର୍ବକ ସଚଳ କରାଯିବା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ପରିବାରକୁ ଯୋଗାଇ ଦେବାକୁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। ବିଭାଗୀୟ ଙ୍କ ନିର୍ଦେଶ କ୍ରମେ କାର୍ଡ ବଣ୍ଟନ କରାଯାଉଥିବା କେନ୍ଦ୍ର ଦାଇତ୍ୱରେ ଥିବା ଅଧିକାରୀ ଙ୍କ ଠାରୁ ପ୍ରକାଶ। ତେଣୁ  ସରକାର ଟିକେ ଦୃଷ୍ଟି ଦିଅନ୍ତୁ ଓ ଲୋକଙ୍କ ମନରେ ଥିବା ସଂଶୟ ଦୂର କରନ୍ତୁ ବୋଲି ଦାବି ହେଉଛି | 

Leave A Reply

Your email address will not be published.