” ଆମେ କଣ ସରକାରଙ୍କ ସାବତ ପୁଅ “

0

ପକ୍କା ସଡ଼କଟିଏ ପାଇଁ ପାଣସାବାସୀଙ୍କ ସାତ ଦଶନ୍ଧିର ଅପେକ୍ଷାର କେବେ ହେବ ଅନ୍ତ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଗ୍ରାମାଞ୍ଚଳରେ ଲୋକଙ୍କ ଗମନା ଗମନ ସୁବିଧା ପାଇଁ ମନରେଗା ଯୋଜନାରେ ସରକାର ରାସ୍ତା ନିର୍ମାଣ କରୁଛନ୍ତି। ଏହି ଯୋଜନାରେ ଦୁର୍ଗମ ଅଞ୍ଚଳ ଗୁଡିକରେ ପାହାଡ଼କାଟି ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି। ହେଲେ ବାଟମାରଣା ଯୋଗୁ କିଛି ସ୍ଥାନରେ ଗ୍ରାମାଞ୍ଚଳ ଏହି ବିକାଶ ମୂଳକକାର୍ଯ୍ୟ ଦିଗହରା ହେବାରେ ଲାଗିଛି।
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଲତାର ପଂଚାୟତର ପଣସା ଗ୍ରାମ | ଏହି ଗ୍ରାମରେ ୨୨ ପରିବାର ରହୁଥିବା ବେଳେ ପକାରାସ୍ତାଟିଏ ନାହିଁ। ସୂଚନା ଅନୁଯାୟୀ ୨୦୨୦- ୨୧ ଆର୍ଥିକ ବର୍ଷରେ ୧୦ .୦୦.୦୦୦/-ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମର ରାସ୍ତାନିର୍ମାଣ କାର୍ଯ୍ୟ ହୋଇଥିଲା। ଏହି ରାସ୍ତା ଦେଇ ଗ୍ରାମବାସୀ ଯାତାୟତ କରିଥାନ୍ତି। ସାମାନ୍ୟ ବର୍ଷାହେଲେ ସେହି ରାସ୍ତାଦେଇ ଯିବା କଷ୍ଟକର ହୋଇପଡୁଛି। R D ରାସ୍ତା ଠାରୁ ମାତ୍ର ୪ କିଲୋମିଟର ଦୁର ଏହିଗ୍ରାମ । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ରଗୀମାନେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। କିମ୍ବା ଆସନ୍ନପ୍ରସବାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଅସମ୍ଭବ ହୋଇପଡ଼େ।କାରଣ ଏହି ଘାଟି ରାସ୍ତା ପକାରାସ୍ତା ନହେବା କାରଣରୁ ଏଠାକୁ ଅମୁଲେନ୍ସ ଆସିପାରୁନାହିଁ। ଫଳରେ ଗ୍ରାମବାସୀ ଗର୍ଭବତୀ ମହିଳା ବା ରୋଗୀଙ୍କୁ ଖଟିଆ କିମ୍ବା ଦଳାରେ ବହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଇଥାନ୍ତି।ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ସମସ୍ତଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାଏଁ ପକ୍କାରାସ୍ତା ହୋଇପାରିନାହିଁ।

ଲୋକଙ୍କ ଭିତରେ ଅସନ୍ତୋଷ ଓ ଅଭିମାନ ଭରା ଖେଦୋକ୍ତି ” ଆମେ କଣ ସରକାରଙ୍କ ସାବତ ପୁଅ ” | ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ନାରା ଦେଉଥିବା ବେଳେ କେବେ ପଣସା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉଛି ଓ ସ୍ଵାଧୀନୋତ୍ତର ସାତ ଦଶନ୍ଧିର ପ୍ରତୀକ୍ଷା ଶେଷ ହେଉଛି ତାହା ଦେଖିବାକୁ ବାକି ରହିଲା |

 

Leave A Reply

Your email address will not be published.