ଭାରତୀୟ ଜାତୀୟ ମୋଟର୍ ରେସିଂ ଚାମ୍ପିଆନ୍ସିପ୍ ପ୍ରଥମ ଦିନରେ ହୋଣ୍ଡାର ପରବର୍ତୀ ପିଢ଼ି ଚାଳକଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ

0 2

ଭୁବନେଶ୍ୱର: ଭାରତୀୟ ଜାତୀୟ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପରର୍ବତୀ ପିଢ଼ିର ଚାଳକମାନେ ସେମାନଙ୍କ ଦକ୍ଷତାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ର ଏନ୍ଏସ୍ଏଫ୍୨୫୦ଆର୍ ଓ ସିବିଆର୍୧୫୦ଆର୍ ବର୍ଗରେ ସାର୍ଥକ ଚଭନ୍, କେଭିନ୍ କ୍ୱିଂଟାଲ୍, ଇକ୍ଶାନ ସାନ୍ବାଗ୍ ଓ ପ୍ରକାଶ କାମତ୍ ରେସ୍ ଟ୍ରାକ୍ରେ ଶକ୍ତିଶାଳୀ ପ୍ରଦର୍ଶନ କରିଛନ୍ତି । ଭାରରେ ମୋଟର୍ ଯାନ କ୍ରୀଡ଼ା ସଂସ୍କୃତିକୁ ସମୃଦ୍ଧ କରିବା ଲାଗି ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏହି ଯୁବ ଚାଳକମାନେ ସେମାନଙ୍କ ରେସିଂ ଦକ୍ଷତାର ସ୍ତରକୁ ବଢ଼ାଇ ତାହାକୁ ସଫଳ କରିଥିବାର ପ୍ରମାଣ ଦେଇଛନ୍ତି ।
ଆଇଡେମିସୁ ହୋଣ୍ଡା ଏସ୍କେ୬୯ ରେସିଂ ଟିମ୍ର ଚାଳକ ରାଜୀବ ସେତୁ, ମନ୍ଥନ କୁମାର ଏବଂ ସେନ୍ଥିଲ୍ କୁମାର ପିଏସ୍୧୬୫ ସିସି ବର୍ଗରେ ଜାତୀୟ ଚାମ୍ପିଆନ୍ସିପ୍ରେ ଅନ୍ୟ ଚାଳକମାନଙ୍କୁ ଜବରଦସ୍ତ ଟକ୍କର୍ ଦେଇଛନ୍ତି ଏବଂ ଯଥାକ୍ରମେ ଚତୁର୍ଥ, ପଂଚମ ଏବଂ ୧୧ତମ ସ୍ଥାନରେ ରହି ରେସ୍ ଶେଷ କରିଛନ୍ତି ।
ନୂତନ ଭାବେ ଉପସ୍ଥାପନ କରାଯାଇଥିବା ହୋଣ୍ଡା ହର୍ନେଟ୍ ୨.୦ ୱାନ୍ ମେକ୍ ରେସ୍ ବର୍ଗରେ ସ୍ଥାନୀୟ ଯୁବକ କେଭିନ୍ କନ୍ନନ୍, ଅଲ୍ୱିନ୍ ସୁନ୍ଦର ଓ ଉଲ୍ଲାସ୍ ସନ୍ତ୍ରୁପ୍ତ ନନ୍ଦା ରେସ୍ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପର
ଏନ୍ଏସ୍ଏଫ୍୨୫୦ଆର୍ ରେସ୍-୧ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଲଢେ଼ଇକୁ ସାର୍ଥକ ଚଭନ୍ ଜିତିଥିବା ବେଳେ କେଭିନ୍ କ୍ୱିଂଟାଲ୍ ଓ ମୋହସିନ୍ ପି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ରେସ୍ ଶେଷ କରିଛନ୍ତି ।
ସିବିଆର୍୧୫୦ଆର୍ ନୋଭିସ୍ କ୍ଲାସ୍ର ରେସ୍-୧ରେ ଇଶାନ୍ ଶାନ୍ବାଗ୍ ବିଜୟୀ ହୋଇଥିବା ବେଳେ ତାଙ୍କ ପଛକୁ ରହିଥିଲେ ପ୍ରକାଶ କାମତ୍ ଓ ଥିଓପଲ୍ ଲିଆଣ୍ଡର୍ ।
ଚାଳକମାନଙ୍କ ପ୍ରଦର୍ଶନ ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମୁ୍ୟନିକେସନ୍, ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଆଜିର ଦିନଟି ଆମ ଯୁବ ଚାଳକମାନଙ୍କ ଦିନ ଥିଲା ଯେଉଁମାନେ ସେମାନଙ୍କ ପ୍ରଦର୍ଶନ ଜରିଆରେ ଆମକୁ ପ୍ରଭାବିତ କରିଛନ୍ତି ।
ସାର୍ଥକ ନିଜର ରେସିଂ ଶକ୍ତି ପ୍ରଦର୍ଶନ କରି ଏନ୍ଏସ୍ଏଫ୍୨୫୦ଆର୍ରେ ବିଜୟୀ ହୋଇଛନ୍ତି । ଏନ୍ଏସ୍ଏଫ୍୨୫୦ଆର୍ ବର୍ଗରେ ୧୦ ସ୍ଥାନରେ ଥିବା କେଭିନ୍ କ୍ୱିଂଟାଲ୍ ଅତି ଶୀଘ୍ର ଅଗ୍ରଣୀ ସ୍ଥାନରେ ପହଂଚିବା ଦେଖିବାକୁ ବେଶ୍ ଅତୁଲ୍ୟ ଥିଲା । ସିବିଆର୍୧୫୦ଆର୍ରେ ଇକ୍ସାନ୍ ସାନ୍ବାଗ୍ ଓ ପ୍ରକାଶ କାମତ୍ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ଯାହା ଶେଷ ଲ୍ୟାପ୍ ପର୍ଯ୍ୟନ୍ତ ଜାରି ରହିଥିଲା । ଅନ୍ୟ ପକ୍ଷରେ, ଆମର ପ୍ରୋ-ଷ୍ଟକ୍ ୧୬୫ ସିସି ଚାଳକ ରାଜୀବ, ସେନ୍ଥିଲ୍ ଓ ମନ୍ଥନ କଡ଼ା ଲଢେ଼ଇ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଦୃଢ଼ ଲଢେ଼ଇ କରି ଶ୍ରେଷ୍ଠ ଚାଳକର ବାସ୍ତବ ଗୁଣକୁ ରେସ୍ ଟ୍ରାକ୍ରେ ପ୍ରଦର୍ଶନ କରିଥିଲେ । ଯଦିଓ ଏହା ଏକ କଠିନ ଦିନ ଥିଲା ଆମର ସିଜନ୍ରେ ଭାଗ ନେଉଥିବା ତିନି ଚାଳକ ଆସନ୍ତାକାଲିର ରେସ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଆସନ୍ତାକାଲି ଆମେ ଆମ ଫଳାଫଳକୁ ଆହୁରି ଉନ୍ନତ କରିବାକୁ ପ୍ରସ୍ତୁତ ରହିଛୁ ।’’

Leave A Reply

Your email address will not be published.