ଗୁଣୁପୁର ଅବକାରି ଚଢ଼ାଉ ୧୫୦ କେଜି ଗଞ୍ଜେଇ ସହ ୧ ଗିରଫ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ପେଟ୍ରୋଲିଂ କରୁଥିବା ସମୟ ରେ ବିଶେଷ ସୂତ୍ରରୁ ଖବର ପାଇ ଗୁଣପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧୁକାରୀ ଶ୍ରୀ ହିତାସୁ ଶେଖର ମଲ୍ଲିକ ଙ୍କ ନେତୃତ୍ବ ରେ ପଦ୍ମପୁର ଅଧୁସୁ ପରିମା ଗ୍ରାମ ର ରଘୁନାଥ ମାଝି (୨୮) ନାମକ ବ୍ୟକ୍ତି ଙ୍କ ଠାରୁ ୧୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଉକ୍ତ ଗଞ୍ଜେଇ ଗୁଡିକୁ ବାହାର ରାଜ୍ୟ କୁ ରପ୍ତାନି କରିବାକୁ ଅଭିଯୁକ୍ତ ଗଚ୍ଛିତ କରି ରଖିଥିବା ସୁଚନା ଦେଇଥିଲେ ଅବକାରୀ ଥାନା ଅଧୁକାରୀ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୁଚନା ମିଳିଛି । ଏଥୁ ନେଇ ଅଫେନ୍ସ ଧାରା ୨୦ (ବି) (ii) (ସି) ଏନ ଡ଼ି ପି ଏସ୍ ଆକ୍ଟ ୧୯୮୫ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ଦେଇଛନ୍ତି । ଏହି ପେଟ୍ରୋଲିଂ ସମୟ ରେ ଗୁଣପୁର , ଗୁଡାରୀ ଓ ପଦ୍ମପୁର ଅବକାରୀ ବିଭାଗ ର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ

 

Leave A Reply

Your email address will not be published.