ଇ- ଶ୍ରମ କାର୍ଡ ପାଇଁ ୫୦ ରୁ ୧୦୦ ତଣ୍ଡ ଗଣୁଛନ୍ତି ଶ୍ରମିକ !

0

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ଏବେ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଇ- ଶ୍ରମ କାର୍ଡ କରୁଛନ୍ତି, ଏବଂ ଏହାକୁ ଗ୍ରାମ ଅଞ୍ଚଳରେ ଥିବା ଜନସେବ କେନ୍ଦ୍ର ମାନଙ୍କରେ ବିନାମୂଲ୍ୟରେ କରିବା ପାଇଁ କୁହାଯାଇଛି | ଏଥିପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ଇ- ଶ୍ରମ କାର୍ଡ ପିଛା ନିର୍ଦ୍ଦିଷ୍ଟ ଅର୍ଥ ରାଶି ଜନସେବା କେନ୍ଦ୍ର ମାନଙ୍କୁ ସରକାରଙ୍କ ରାଜକୋଷରୁ ଦିଆଯାଉଥିବା ବେଳେ ବଡ଼ଚଣା ବ୍ଲକର ଗ୍ରାମ୍ୟ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରମାନଙ୍କରେ ଲାଗିଥିବା ଗହଳିର ସୁଯୋଗ ନେଇ ପ୍ରତ୍ୟେକ ଶ୍ରମ କାର୍ଡ ପିଛା,୫୦ ରୁ୧୦୦ ଟଙ୍କା ଶ୍ରମିକ ମାନଙ୍କ ପାଖରୁ ନିଆ ଯାଉଥିବା ଅଭିଯୋଗ ହେଉଛି | ଏ ଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣ ରେ ଆଲୋଚନା ହେଉଛି |

Leave A Reply

Your email address will not be published.