ବଡଚଣା/ ପ୍ରଫୁଲ୍ଲ ସାହୁ : ବଡଚଣା ବ୍ଲକ ଅନ୍ତର୍ଗତ ସିହା ପଂଚାୟତ ଗୋଡିମାଗୁରା ମଠ ପରିସରରେ ବଡଚଣା ବ୍ଲକ ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ ସଭାପତି ଧୁଳେଶ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡଚଣା ବ୍ଲକର ସିହା,ସମିଆଁ,ଶାଳପଡା,ଦର୍ପଣ,ଭୁଷଣ୍ଡପୁର ଓ କାଇମାଟିଆ ଆଦି ଛଅ ଗୋଟି ପଞ୍ଚାୟତର କାର୍ଯ୍ୟରତ ଯାଦବ ନେତା , କାର୍ଯ୍ୟକର୍ତ୍ତା ଓ ଯାଦବ ଭାଇ ଭଉଣୀମାନଙ୍କୁ ନେଇ ସଂଗଠନ କିପରି ତୃଣମୂଳ ସ୍ତରରୁ ସୁଦୃଢ଼ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ସମ୍ପାଦକ ତପନ କୁମାର ବେହେରା ବିବରଣୀ ପାଠ କରିଥିଲେ। ମହାସଭା ତରଫରୁ ଉପଦେଷ୍ଟା ତ୍ରିଲୋଚନ ନାୟକ,କୁଳମଣି ଦାସ,ଉପସଭାପତି ଫଗୁ ଚରଣ ଦାସ,ପ୍ରକାଶ ଦାସ,କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବେହେରା,ପୂର୍ବତନ ସରପଞ୍ଚ ମନୋଜ ବେହେରା, ଗିରିଗୋବର୍ଦ୍ଧନ ପୂଜା କମିଟି ସଭାପତି କପିଳ ବେହେରା,ସାମ୍ବାଦିକ ଦୀପକ କୁମାର ଦାସ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ,ଉପ ସଭାନେତ୍ରୀ ପୁଷ୍ପଲତା ବେହେରା, ବଳରାମ ଦାସ,ଦେବେନ୍ଦ୍ର ଦାସ,ରବିନ୍ଦ୍ର ନାୟକ,ରିଙ୍କୁ ପୃଷ୍ଟି,,କ୍ଷିତିଶ ଚନ୍ଦ୍ର ବାରିକ,ବାଙ୍କ ବିହାରୀ ଦାସ,ମଦନ ବାରିକ,ବିଚିତ୍ରାନନ୍ଦ ବେହେରା,ବୈକୁଣ୍ଠ ବେହେରା,ପିତବାସ ବେହେରା,ଜଳଧର ବେହେରା,ମନୋଜ ବେହେରା ଓ ବଳରାମ ବେହେରା ପ୍ରମୁଖ ବହୁ ଯାଦବ ମହାସଭାର ଯୁବ,ମହିଳା ଓ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସର୍ବ ସମ୍ମତି କ୍ରମେ ୧ନଂ ଜୋନର ସଭାପତି ଭାବେ ଅଜୟ ନାୟକ,ଉପସଭାପତି ସାଗର ହାଲି ଓ ସମ୍ପାଦକ ଭାବେ ସତ୍ୟାନନ୍ଦ ବାହାଲିଆଙ୍କୁ ସ୍ଥିର କରାଯାଇଥିଲା ବେଳେ ବିଜୟ କୁମାର ପୃଷ୍ଟିଙ୍କୁ ଦର୍ପଣ ପଞ୍ଚାୟତ ସଭାପତି,ରାମଚନ୍ଦ୍ର ବେହେରାଙ୍କୁ ଭୁଷଣ୍ଡପୁର ,ନିରଞ୍ଜନ ନାୟକଙ୍କୁ ଶାଳପଡା, ନବ କିଶୋର ବାହାଲିଆ ଙ୍କୁ ସିହା , ବାସୁଦେବ ହାଲିଙ୍କୁ ସମିଆଁ ଓ କାଇମାଟିଆ ପଞ୍ଚାୟତର ବାବାଜୀ ବାରିକଙ୍କୁ ସଭାପତି ଓ ମଙ୍ଗରାଜ ପ୍ରଧାନଙ୍କୁ ସମ୍ପାଦକ ପଦ ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.