ବୁଗୁଡା : “ବିପଦର ବନ୍ଧୁ” ସଙ୍ଗଠନର ୪ ର୍ଥ ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ସଭା ଓ ରକ୍ତଦାନ ଶିବିର ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜରିଆରେ ରକ୍ତ ସଂଗ୍ରହ କରି ଜୀବନସହ ସଂଘର୍ଷ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଜୀବନ ରକ୍ଷା କରିପାରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ “ଗିଫ୍ଟ ଅଫ ଲାଇଫ” କୁ ବିପଦର ବନ୍ଧୁ ଭାବେ ସଙ୍ଗଠନକୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। “ବିପଦର ବନ୍ଧୁ” ସଂଗଠନ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉଦଘାଟନ କରିଥିବା ବେଳେ ସଙ୍ଗଠନର ଜିଲ୍ଲା ସଭାପତି ରବିନ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିତାଂଶୁ ଶେଖର ଶତପଥୀ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଓଷ୍ଟା ର ସଭାପତି ସନ୍ତୋଷ କୁମାର ଜେନା,ଓ ସାହିତ୍ୟିକ ଶୁଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ସଙ୍ଗଠନକୁ ସମ୍ବର୍ଦ୍ଧିତ କରିଥିବା ବେଳେ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରି ଜୀବନ ରକ୍ଷାରେ ସହଯୋଗ କରିବା ନେଇ ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଗିଫ୍ଟ ଅଫ ଲାଇଫ ର କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ପରିଡାଙ୍କୁ ବିପଦର ବନ୍ଧୁ ଭାବରେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.