ପଦ୍ମପୁର(ଶାସକ ପ୍ରଶାସକ)-ସମ୍ବଲପୁରୀ ଭାଷା ସାହିତ୍ୟ ର ଉନ୍ନତି ସକାଶେ ଗାଁ ଗାଁ ରେ ପ୍ରଚାର ପ୍ରସାର ପାଇଁ ଏକ ନୂତନ କାର୍ଯ୍ୟକ୍ରମ “ରଞ୍ଜିତା” ପଶ୍ଚିମ ଓଡ଼ିଶା ର ପ୍ରତି ଗାଁ ରେ ଭାଷା ସାହିତ୍ୟ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ କବି ବିନୋଦ ବୈକାର ଙ୍କ ବରିଷ୍ଠ ଉଦ୍ୟମ ରେ ପଦ୍ମପୁର ନିକଟସ୍ଥ କଁସର ଗ୍ରାମ ରେ ଧନିରାମ ବରିହା ଙ୍କ ସଭାପତିତ୍ବରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ବଳନ କରିଥିଲେ l ନାଟ୍ୟକାର ଅଶୋକ ବହିଦାର ଓ ବିଶିଷ୍ଟ ସମାଲୋଚକ ଯଶୋବନ୍ତ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଦୂରଦୂରାନ୍ତରୁ ଅନେକ କବିଯୋଗଦେଇ ନିଜନିଜ ସ୍ବରଚିତ ସମ୍ବଲପୁରୀ ଭାଷା ର କବିତା ମାନ ଶୁଣାଇ ଦର୍ଶକ ଙ୍କ ମନ ଜିଣିପାରିଥିଲେ l କବି ରୋଜ ପ୍ରଧାନ, ଆଶିଷ ସାହୁ,ଚନ୍ଦନ ସାହୁ, ଜଗନ୍ନାଥ ମେହେର, ଗୋବିନ୍ଦ ମେହେର, ସୁରେନ୍ଦ୍ର ମେହେର,ଶ୍ୟାମ ସାହୁ, ମହାଦେବ ସାହୁ,ଥବିର ବୈକାର ଏବଂ ମ୍ୟାଡମ ନମିତା ଦୀପ ଙ୍କ ଭଳି କବି କବୟତ୍ରୀ ଙ୍କ ସ୍ବରଚିତ କବିତା ପାଠ ପାଇଁ କଁସର ଗ୍ରାମବାସୀ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.