ଜଳଦ ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିଶନର ନିଯୁକ୍ତ

0

ଭୁବନେଶ୍ୱର (ଶାସକ ପ୍ରଶାସକ) :ତାମିଲନାଡୁର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ଆଜି ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶ କ୍ରମେ  ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତିକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତିା ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛିା 
ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ଜଣାଶୁଣା ୧୯୮୫ ବ୍ୟାଚ୍ ଭାରତୀୟ ପୁଲିସ୍ ସେବା ଅଧିକାରୀ ଶ୍ରୀ ତ୍ରିପାଠୀ ଦୀର୍ଘ ୩୦ ବର୍ଷର ଚାକିରି କାଳ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ ତ୍ରିପାଠୀ ଚେନ୍ନାଇ ଏବଂ ତ୍ରିଚି ପୁଲିସ କମିଶନର ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ୨୦୦୮ ରେ, ତ୍ରିପାଠୀ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ମଧ୍ୟ ପାଇଥିଲେ।ତାମିଲନାଡୁର ପୁଲିସ ଡିଜି ଭାବେ ସେ ଚାକିରିରୁ ଅବସର ନେଇଥିଲେ । ସଡ଼କ ସୁରକ୍ଷା ଦିଗରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ୨୦୧୯ ମସିହାରେ ସର୍ବୋତ୍କୃଷ୍ଟ ରାଜ୍ୟ ଭାବେ ତାମିଲନାଡ଼ୁକୁ ଭାରତ ସରକାର ପୁରସ୍କୃତ କରିଥିଲୋ ଆଇନଶୃଙ୍ଖଳା ପରିଚାଳନାରେ ତାଙ୍କର ଦକ୍ଷତା ପାଇଁ ତାମିଲନାଡ଼ୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ବିବେଚିତ ହୋଇଥିଲାା ପୋଲିସ୍ ପ୍ରଶାସନରେ ଶୃଙ୍ଖଳିତ ସେବା ପ୍ରଦାନ ଓ ଜନତା-ପୋଲିସ୍ ମଧ୍ୟରେ ଅପୂର୍ବ ସମନ୍ୱୟ ପରିଚାଳନା କରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତିା

 

 

Leave A Reply

Your email address will not be published.