ଚଣ୍ଡିଗଡ : ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ଗତ କିଛି ଦିନ ଧରି ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ରହିଥିଲା | ଦଳର ଅଧିକାଂଶ ବିଧାୟକ ନେତୃତ୍ୱ ପରିବର୍ତ୍ତନ ଦାବି କରିବା ପରେ ତାଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ କହିଥିଲା | ସୂତ୍ରରୁ ଜଣାପଡିଛି ଯେ 50 ରୁ ଅଧିକ ବିଧାୟକ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ |
Sign in
Sign in
Recover your password.
A password will be e-mailed to you.