ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ଶୁକ୍ରବାର ଅଚାନକ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ ,ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ। ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍,ତାହାର ତଦାରଖ କଲେ।ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍,ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ- ଲାବ୍ରୋଟାରୀ ଗୃହ ପରିଦର୍ଶନ କଲେ। ନିର୍ମାଣ କାର୍ଯ୍ୟଟି ଦେଖିବାକୁ ଅତି ମନୋରମ ହୋଇଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ | ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହ କିଛି ସମୟ କଟାଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରିଥିଲେ, ଛାତ୍ରଛାତ୍ରୀ ମଧ୍ୟ ଜିଲ୍ଲାପାଲ ପଚାରିଥିବା ପ୍ରଶ୍ନ ର ଚଟାପଟ ଠିକ୍ ଉତ୍ତର ଦେଇଥିଲେ। କରୋନା ର ତୃତୀୟ ଲହର ଅସୁଛି ସମସ୍ତେ କଭିଡ କଟକଣା କୁ ମାନିଚଲିବା ପାଇଁ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ, ପରିଚାଳନା କମିଟିର ସଭାପତି ଶୈଲବାଲା ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ହାଇସ୍କୁଲ ପରିବେଶ ଦେଖି ଜିଲ୍ଲାପାଳ ଖୁସି ଅନୁଭବ କରିଥିଲେ।
Sign in
Sign in
Recover your password.
A password will be e-mailed to you.