“ସ୍ୱାଧୀନତାର ଅମୃତ ମହୋତ୍ସବ’ :ଆୟକର ବିଭାଗ, କଟକ ତରଫରୁ ସମ୍ବର୍ଦ୍ଧନା ସଭା

0 2

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ଆୟକର ବିଭାଗ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଭାରତବର୍ଷର ସ୍ୱାଧୀନତା ପ୍ରାପ୍ତିର ପଚସ୍ତରୀ ବର୍ଷ ପାଳନ ଅବସରରେ କେନ୍ଦ୍ର ସରକାର “ସ୍ୱାଧୀନତାର ଅମୃତ ମହୋତ୍ସବ’ର ଘୋଷଣା କରିବା ସହ ସମସ୍ତ ସରକାରୀ ବିଭାଗମାନଙ୍କୁ ଏହି ମହୋତ୍ସବର ମର୍ଯ୍ୟାଦାପୂର୍ଣ୍ଣ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତିା ଦେଶର ଉନ୍ନତିରେ ସହଯୋଗ ଦେଇଥିବା ସମାଜର ପ୍ରଖ୍ୟାତ ନାଗରିକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ଏହି ମହୋତ୍ସବର ଏକ ବିଶେଷ ଅଂଶା ଏହି ଉପଲକ୍ଷେ ଆୟକର ବିଭାଗ, କଟକ ତରଫରୁ କଟକରେ କାର୍ଯ୍ୟରତ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲାା ଉକ୍ତ ଭବ୍ୟ ସମାରୋହ ସଭାକୁ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ଆୟକର ବିଭାଗ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରିତ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲାା
ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ ମୁଖ୍ୟ ବକ୍ତା ଭାବେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ବିମଳ ପ୍ରସାଦ ନନ୍ଦ ଉପସ୍ଥିତ ରହି ସଭାକୁ ସମ୍ବୋଧିତ କରିଥିଲୋ ମୁଖ୍ୟ ଅତିଥି ଶ୍ରୀ ମହତାବ ଆୟକର ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସମୟର ଆହ୍ୱାନକୁ ସ୍ୱୀକାର କରି ଦେଶର ମୂଳଭୂତ ବ୍ୟବସ୍ଥାର ସୁଦୃଢ଼ ଅଭିବୃଦ୍ଧି ନିମନ୍ତେ ଅଧିକରୁ ଅଧିକ କର ସଂଗ୍ରହ କରିବା ପାଇଁ ପ୍ରେରିତ କରିଥିଲୋ ମୁଖ୍ୟ ଅତିଥି ସମସ୍ତ ସମ୍ବର୍ଦ୍ଧିତ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲୋ ମୁଖ୍ୟବକ୍ତା ଶ୍ରୀ ନନ୍ଦ ସମସ୍ତ ନାଗରିକମାନଙ୍କୁ ଦେଶର କର ବୃଦ୍ଧିରେ ସହାୟକ ହେବା ପାଇଁ ଆହ୍ୱାନ କରିଥିଲୋ
ଉକ୍ତ ସମାରୋହ ସଭାକୁ ଭେଷଜ ବିଭାଗର ପ୍ରଫେସର ତଥା ବର୍ତ୍ତମାନର ଡିଏମ୍ଇଟି ନିର୍ଦ୍ଦେଶକ ଡାକ୍ତର ଚିନ୍ମୟ ବିଜୟ କିଶୋର ମହାନ୍ତି, ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରାକ୍ତନ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଆୟକର ଆୟୁକ୍ତ(ସେବାନିବୃତ୍ତ) ଶ୍ରୀ ଅଭୟ ଚରଣ ନାଏକ, ବରିଷ୍ଠ ଆଡ଼୍ଭୋକେଟ୍ ଶ୍ରୀ ବାସୁଦେବ ପଣ୍ଡା, ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ମିଶ୍ର, ସଦଗୁରୁ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ସେଣ୍ଟର ମ୍ୟାନେଜିଂ ଡାଇରେକଫର ଡାକ୍ତର ପ୍ରଦୀପ କୁମାର ମହାନ୍ତି, ଆଡ୍ଭୋକେଟ୍ ପ୍ରମୋଦ ଜେଷ୍ଠି, ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ରାଜକିଶୋର ଦାସ, ଆଡ୍ଭୋକେଟ୍ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଚାଟାର୍ଡ ଆକାଉଣ୍ଟାଣ୍ଟ ବିଶ୍ୱଜ୍ୟୋତି ପଟ୍ଟନାୟକ, ଇଷ୍ଟର୍ଣ୍ଣ ଇଣ୍ଡିଆ କନ୍ଷ୍ଟ୍ରକ୍ସନ ପ୍ରା. ଲିମିଟେଡ ମ୍ୟାନେଜିଂ ଡାଇରେକଫର ଇଂ. ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଏବଂ ଆୟକର ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ଜଗବନ୍ଧୁ ସାହୁ ଓ ସେକ୍ ଅବଦୁଲ୍ ନାସିରଙ୍କୁ ନିମନ୍ତ୍ରିତ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲାା
ସମାରୋହ ସଭାକୁ ଆୟକର ନିରୀକ୍ଷକ ଶିବପ୍ରସାଦ ରଥ ପରିଚାଳନା କରିଥିଲୋ ଯୁଗ୍ମ ଆୟକର ଆୟୁକ୍ତ ଡ. ଉମାକାନ୍ତ ଧୃପତି ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲୋ ସଭା ଶେଷରେ ଆୟକର ଅଧିକାରୀ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲୋ ଉକ୍ତ ସଭାରେ ଅତିରିକ୍ତ ଆୟକର ଆୟୁକ୍ତ ଜିତେନ୍ଦ୍ର କୁମାର ଲେଙ୍କା ଏବଂ ଅରୁଣ କୁମାର ମହାନ୍ତି, ଆୟକର ଅଧିକାରୀ କ୍ଷିତୀଶ କୁମାର ମହାନ୍ତି ଏବଂ ପ୍ରମୋଦ କୁମାର ସାହୁଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲୋ

Leave A Reply

Your email address will not be published.