ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ନିମନ୍ତେ ପରୀକ୍ଷା ତାରିଖ ଘୋଷଣା

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛିା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛିା ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲାା ବିଜ୍ଞାପନ ଅନୁସାରେ ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବା ରାଜ୍ୟର ୨୪ ଗୋଟି ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ପରୀକ୍ଷାର୍ଥୀମାନେ ଚଳିତ ମାସ ୨୫ ତାରିଖ ଠାରୁ ପ୍ରବେଶ ପତ୍ର (ଆଡମିଟ କାର୍ଡ) ଡାଉନଲୋଡ଼ କରିପାରିବୋ ଏ ସଂପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ତା.୧୭/୦୯/୨୦୨୧ରିଖରେ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶିତ ହୋଇଛିା
ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତିା ଏହି ବୈଠକରେ ବିଭାଗରଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲୋ

Leave A Reply

Your email address will not be published.