କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ନକଟିଗୁଡା ପଞ୍ଚାୟତ ଠାରେ ଆଜି ନୂତନ ପଞ୍ଚାୟତ କୋଠା ଘର ରାୟଗଡା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲିଙ୍କ ଉପସ୍ଥିତିରେ ଉଦଘାଟନ ହୋଇଯାଇଛି | ଗତ 2017ପଞ୍ଚାୟତ ନିର୍ବାଚନ ପୂର୍ବରୁ କାଶୀପୁର ବ୍ଲକରେ 20ଗୋଟି ପଞ୍ଚାୟତ ରହି ଆସୁଥିବା ବେଳେ ଏହାକୁ 24ଗୋଟି ପଞ୍ଚାୟତରେ ବିଭକ୍ତ କରାଯାଇ ଥିଲା | ପୂର୍ବରୁ ନକଟିଗୁଡ଼ା ଗ୍ରାମ ପୋଡ଼ାପାଡି ଗ୍ରାମ ପଞ୍ଚାୟତ ଅଧୀନରେ କାର୍ଯ୍ୟ କରି ଆସୁଥିଲା | ବର୍ତ୍ତମାନ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ନକଟିଗୁଡା ଠାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ କୋଠା ଘର ନିର୍ମାଣ ହୋଇଯାଇଛି | ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ପଞ୍ଚାୟତବାସି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିଲେ| ଆଜି ଏହି ପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟନ ହେଇଥିବାରୁ ସ୍ଥାନୀୟ ନକଟିଗୁଡା ପଞ୍ଚାୟତବାସୀଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଜିଲାକାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ମାନିତଅତିଥି ଭାବେ କାଶୀପୁର ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ଜେଇ ଅମ୍ବିକା ଦାଶ,ପଞ୍ଚାୟତ ସମିତି ଅଧ୍ୟକ୍ଷା ରୂଆଇ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନୀଳକଣ୍ଠ ଝଡିଆ, ଗରଖପୁର ସରପଞ୍ଚ ରେବତୀ ମାଝୀ, ଶଙ୍କରଡ଼ା ସରପଞ୍ଚ ଅମିନ ମାଝୀ, କୁଚେଇପଦର ସରପଞ୍ଚ ରାଧାନାଥ ସାଉନ୍ତା, ସମାଜସେବୀ ବିଦ୍ୟା ଦୁରିଆ, ଉମା ତୁରୁକ, ପୋଡପଡ଼ି ସରପଞ୍ଚ ଆଳାଇ ମାଝୀ ପ୍ରମଖ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମ ଶେଷରେ ନକଟିଗୁଡା ସରପଞ୍ଚ ହେମଲତା କାଡ୍ରାକା ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଦେବା ଶହ ପଞ୍ଚାୟତ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ |
Sign in
Sign in
Recover your password.
A password will be e-mailed to you.