ଭୁବନେଶ୍ୱର(ଶାସକ ପ୍ରଶାସକ) : ଦଳୀୟ ତଥା ରାଜନୈତିକ ସାଂଗଠନିକ ସଂରଚନା ଓ କାର୍ଯ୍ୟ ଶୈଳୀ ସମ୍ପର୍କରେ ବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତାପାର୍ଟି ଓଡିଶା ପ୍ରଦେଶର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ନେତୃମଣ୍ଡଳୀ ଗୁଜୁରାଟ ପ୍ରଦେଶ ଯାଇଛନ୍ତି ।
ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟର ନେତୃବୃନ୍ଦଙ୍କର ଏକ ୯ ଜଣିଆ ଟିମ୍ ଆଜି ସକାଳେ ଭୁବନେଶ୍ୱରରୁ ସୁରଟ ଯାତ୍ରା କରିଛନ୍ତି । ଏହି ଟିମ୍ ୧୭,୧୮ ଓ ୧୯ ସେପ୍ଟେମ୍ବର ୩ ଦିନ ଧରି ସୁରଟ ଠାରେ ଦଳୀୟ ସାଂଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଂଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଶେଷ ଅନୁଧ୍ୟାନ କରିବେ । ଏହି ରାଜ୍ୟ ସ୍ତରୀୟ ଟିମରେ ଭୂବନେଶ୍ୱର ସାଂସଦ ରାଜ୍ୟ ଉପସଭାନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ୍, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସାଧାରଣ ସମ୍ପାଦକ ସାରଦା ଶତପଥୀ, ପୂର୍ବତନ ସମ୍ପାଦକ ଅଶୋକ ମିଶ୍ର ଓ ବିଜେପି ଆଇଟି ବିଭାଗ ପ୍ରମୁଖ ସ୍ୱୟଂ ପ୍ରକାଶ ବରାଳ ପ୍ରମୁଖ ଗସ୍ତରେ ଯାଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.