ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ଦ୍ଵିତୀୟ ବର୍ଷ ପୁସ୍ତକର ସଂଶୋଧନ ପାଇଁ ପାଇକମାଳ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ୍ ।

0

ବରଗଡ/ପଦ୍ମପୁର(ଶାସକପ୍ରଶାସକ)-ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କପିଲ ମୁନି ଆଶ୍ରମ ର କେନ୍ଦ୍ରୀୟ ଆବାହକ ଶ୍ରୀଯୁକ୍ତ ରବିନାରାୟଣ ସାହୁଙ୍କ ଆହ୍ବାନରେ ପାଇକମାଳ ନୃସିଂହନାଥ ଧର୍ମଶାଳା ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବାଲକୋ ଆନ୍ଦୋଳନର ମିଥ୍ୟା ଇତିହାସର ସଂଶୋଧନର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭୁଲ ପ୍ରକାଶିତ ଇତିହାସ ର ସଂଶୋଧନ କରାଯାଉ। ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତି ରୂପେ ଘୋଷଣା କରି ସାମ୍ବିଧାନିକ ଭାବେ ସୁରକ୍ଷା କରାଯାଉ। ପର୍ବତର ବିପୁଳ ଜଳ ସମ୍ପଦ ଏବଂ ବନୌଷଧିର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦିଆଯାଉ। ବଲକୋ ହାଟଓ ଗନ୍ଧମାର୍ଦନ ବଚାଓ ଇତିହାସର ତର୍ଜମା ପୂର୍ବକ ଶିକ୍ଷାନୁଷ୍ଠାନରେ ସ୍ଵତନ୍ତ୍ର ସ୍ଥାନ ଦିଆଯାଉ।ଆଦି ବିଷୟ ଉପରେ ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଗଲା। ରଘୁ ପ୍ରଧାନ,ଧବଳେଶ୍ଵର ସାହୁ ,ଗିରିଶ ଡନସେନା,ସଂଯୁକ୍ତ ଯାନି, ଜ୍ୟୋଷ୍ଣମାୟୀ ସାହୁ,ରାଜେନ୍ଦ୍ର ରାଉତ,ରାଜକୁମାର ସେଠ୍,ମୋହନ ଜଗତ, ନରସିଂହ ବାବା, ଡାଇମଣ୍ଡ ଭୋଇ,ନକୁଲ ମଲ୍ଲିକ ଆଦି ଆନ୍ଦୋଳନ ପରିଚାଳନା କରିଥିଲେ। ଦାବୀ ପୂରଣ ନହେଲେ ଆଗକୁ ଭୟଙ୍କର ଆନ୍ଦୋଳନ ହେବ। ସେଥି ପାଇଁ ମତ ପ୍ରକାଶ ପାଇଥିଲା। ଶେଷରେ ଶ୍ରୀ ରବିନାରାୟଣ ସାହୁ ସଭାରେ ଯୋଗ ଦେଇଥିବା ସମସ୍ତ ଗନ୍ଧମାର୍ଦନ ପ୍ରେମୀଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.