ପାଇକମାଲ :- ଆଜି ସାରା ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଆଜିର ଦିନ ପ୍ରତ୍ୟେକ ଭାରତୀୟ ଙ୍କର ପାଇଁ ଗର୍ବ ଓ ଗୌରବ ର ଦିନ । ଆଜିର ଏହି ପବିତ୍ର ଦିନରେ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ହୀରପୁର ରୁ ଚୁହାପଲି ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯକ୍ରମରେ ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଙ୍କର ସହିତ ,ପାଇକମାଲ ଲାୟନ୍ସ କ୍ଲବର ସଭାପତି ଶ୍ରୀ ଜନାର୍ଦ୍ଦନ ପଣ୍ଡା , ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ , ଶ୍ରୀ ସୁମିତ କୁମାର ଅଗ୍ରୱାଲ , ଆନନ୍ଦ ଅଗ୍ରୱାଲ , କିଶୋର ବାରିକ , ଲୋହିତ ବାରିକ , ଶ୍ୟାମଲଲ ପ୍ରଧାନ , ନନ୍ଦଲାଲ ନାୟକ , କୀର୍ତ୍ତନ ସୋନି , ଡେଭିଡ ମିଶ୍ର , ସୁନ୍ଦର ମଣି ନାୟକ , କିଶୋର ଅଗ୍ରୱାଲ , ପ୍ରମୁଖ ସାମିଲ ହୋଇ ହୋଇ ବୃକ୍ଷ ରୋପଣ କରିବା ସହିତ ଆଗାମୀ ଦିନରେ କ୍ଲବ ତରଫରୁ ଗ୍ରହଣ କରାଜଯିବାକୁ ଥିବା ବିଭିନ୍ନ ଲୋକହିତକର କାର୍ୟ୍ଯ ପାଇଁ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ଅଂଚଳରେ ବିଗତ ପାଞ୍ଚ ବର୍ଷରୁ ଉର୍ଦ୍ବ ସମୟ ହେବ ଲାୟନ୍ସ କ୍ଲବ ଅଂଚଳର ଲୋକଙ୍କୁ ତାର ସେବା ଯୋଗାଇ ଆସୁଛି ।
Sign in
Sign in
Recover your password.
A password will be e-mailed to you.