ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜେପି ନେତ୍ରୀ ଇରାନୀ ରାୟ ଆଜି ଓଡ଼ଗାଁ ବ୍ଲକର ଗୈାଡ଼ପୁଟ ଓ ରଙ୍ଗଣିପାଟଣା ପଂଚାୟତର ଜାମୁସାହି, ଗୋଡ଼ିପଲ୍ଲୀ ଓ ରଙ୍ଗଣୀପାଟଣା ଗାଁର ବିଭିନ୍ନ ଘରକୁ ଘର ବୁଲି ପରିବାର ସଦସ୍ୟ ମାନଙ୍କୁ ଭେଟିବା ସହିତ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ନିର୍ବାଚନ ପାଇଁ ସଙ୍କେତ ମିଳିବା ପରେ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଦଳର କର୍ମକର୍ତାମାନେ ଏବେ ଚଳଚଂଚଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ବିଜେଡ଼ି ଦଳ ନେତା ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କିଛି ମାସ ହେଲା ବିଭିନ୍ନ ପଂଚାୟତମାନ ଗସ୍ତ କରି ସିଧା ସଳଖ ଲୋକମାନଙ୍କର ସମସ୍ୟା ପଚାରି ବୁଝିବା ସହିତ ନୂତନ ଉର୍ଣ୍ଣୟନ ମୂଳକ ନିର୍ମାଣ କାର୍ଯ୍ୟ ଗୁଡିକର ଅଗ୍ରଗତି ସମ୍ପର୍କରେ ତଦାରଖ କରୁଛନ୍ତି । ଏହି କ୍ରମରେ ଦୀର୍ଘ ମାସର ନିରବତା ପରେ ନୟାଗଡ଼ ବିଜେପି ଦଳ ନେତ୍ରୀ ଇରାନୀ ରାୟ ଆଜି ଓଡ଼ଗାଁ ବ୍ଲକର କେତେକ ପଂଚାୟତ ଅଂଚଳ ବୁଲି ଜନସାଧାରଣଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ବୁଝିବା ସହିତ ସମସ୍ୟା ଗଡିକ ସମ୍ପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ଦଳ ଜିଲ୍ଲା ସଭାପତି ରଞ୍ଜିତ ଦାଶ ଜିଲ୍ଲା ଏବଂ ବ୍ଳକ ଅଂଚଳର ବିଭିନ୍ନ ପଂଚାୟତରେ ପହଁଚି ପ୍ରଶାସନିକ ଦୁର୍ନୀତି ଗୁଡିକୁ ଲୋକ ଲୋଚନକୁ ଆଣିବାର ପ୍ରୟାସ ଆରମ୍ଭ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.