ବଡ଼ବିଲରେ ହେବ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଚମ୍ପୁଆ ବିଧାୟିକା ଓ ନେତୃବୃନ୍ଦ

0

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ମ୍ୟୁନିସିପାଲିଟିରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ  ନେଇ କ୍ୟାବିନେଟ ମଞ୍ଜୁରୀ ଦେବା ପରେ  ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏ ନେଇ ଆୟୋଜିତ ଏକ ଧନ୍ୟବାଦ ସଭା ବଡ଼ବିଲ ମହନ୍ତ ବସ୍ତି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ  ବିଧାୟିକାଙ୍କ ସହ    ବିଜୁ ଯୁବ ଜନତା ଦଳର ସଭାପତି ପ୍ରଭୁ ଦତ୍ତ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ମହାନ୍ତ , ଜିଲ୍ଲା ସମ୍ପାଦକ ଲଛମନ ମହାନ୍ତ, ଛାତ୍ର ସଭାପତି ସୁନିଲ ଗୁପ୍ତା, ବିଜୁ ଯୁବ ଜନତା ଦଳର ସଦସ୍ୟ ଏବଂ ମହିଳା ସଦସ୍ୟାମାନେ ଉପସ୍ଥିତ ରହି  ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଥିଲେ। ଏହି ଇଣ୍ଡୋର ଷ୍ଟାଡିୟମ ହେବା ଦ୍ୱାରା  ଅଞ୍ଚଳରେ ଥିବା କ୍ରୀଡା ପ୍ରତିଭା ମାନେ ସବୁ ପ୍ରକାର ସୁବିଧା ପାଇ କ୍ରୀଡା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିବାରେ ସୁଯୋଗ ପାଇବେ ବୋଲି ବିଧାୟିକା ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଏହି ଷ୍ଟାଡିୟମ ୧୮ମାସ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଥିଲେ।

Leave A Reply

Your email address will not be published.