ଅସହାୟ ଶ୍ରମିକଙ୍କ ଚିକିତ୍ସା ପାଇଁ ହାତ ବଢାଇଲା ଜିଲ୍ଲା ପ୍ରଶାସନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ଦମାଦୁଆ ଗ୍ରାମର ସାଫିନି ମଳିକ  ନିଜ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ନିଜ ଗ୍ରାମରୁ ବାହାରି କେରଳ ଯାଉଥିଲେ । ହେଲେ ଦୁର୍ଭାଗ୍ୟର କଥା ସେ ଟ୍ରେନରୁ ତଳକୁ ଓହ୍ଲାଇବାବେଳେ ଚେନ୍ନାଇ ରେଳ ଷ୍ଟେସନରେ ତାଙ୍କ ଗୋଡଟି ଟ୍ରେନର ଚକା ତଳକୁ ପଶି ଯାଇଥିଲା । ସେଠାରୁ ପରିବାର ଲୋକଙ୍କୁ ଏ ବିଷୟରେ ଖବର  ଆସିଥିଲା। ପରିବାର କହିଲେ ବିଧବା ମାଆ ଓ ୧୩ ବର୍ଷର ସାନ ଭଉଣୀ । ନିହାତି ଗରିବ ପରିବାର । ଖବର ପାଇ ମାଆ ନିଜ ସମ୍ପର୍କୀୟଙ୍କୁ ଜଣାଇ ଋଣ ଭାର କରି ଚେନ୍ନାଇରୁ ୪୮ ହଜାର ଟଙ୍କା ଖର୍ଚ୍ଚ କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ସେଠି ଡାକ୍ତର ତାଙ୍କୁ ଗୋଡ଼ କଟା ଯିବ କହିବାରୁ ମାଆଙ୍କ ପାଖରେ ଟଙ୍କା ଅଭାବ ଥିବାରୁ ସେଠୁ ଆଣି ନିଜ ଘରେ ରଖି ଦେଶୀ ଔଷଧରେ ଚିକିତ୍ସା କରୁଥିଲେ। ହେଲେ ଧୀରେ ଧୀରେ ଗୋଡ଼ରୁ ମାଂସ ଖସିବାରେ ଲାଗିଲା। ଯାହାଫଳରେ ପୁଣି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।ଏହି ଖବର ମୋହନା ବ୍ଲକ ପ୍ରଶାସନ ଜାଣିବା ପରେ ବିଡିଓ ସାର୍ଥକ ସୌରଭ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ବ୍ରହ୍ତ୍ବପୁର ବଡ ମେଡିକାଲକୁ ଯାଇ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ପଚାରି ବୁଝି ୭ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଅପରପକ୍ଷେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ମୋହନା ମେଡିକାଲରୁ ଏକ ଟିମ ବୁଧୁବାର ଦିନ ଦମାଦୁଆ ଗ୍ରାମକୁ ଯାଇ ତାଙ୍କରି ସମ୍ପର୍କୀୟଙ୍କୁ ଭେଟି ରାଜ୍ୟ ସରକାରଙ୍କ ପକ୍ଷରୁ ମେଡ଼ିକାଲର ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.