ବରଗଡ :- ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ପଡ଼ା ପଞ୍ଚାୟତର ଖେଳ ପଡିଆ ଠାରେ , ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ସଂକଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବରଗଡ଼ ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବିଧାୟକ ତଥା ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସୁଧୀର ସାମଲ, ବିଧାୟିକା ଶ୍ରୀମତି ରୀତା ସାହୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଶ୍ରୀମତୀ ନୀଳ କୁମାରୀ ନାୟକ,ଜିଲ୍ଲା କୃଷକ ସେଲ ସଭାପତି ତଥା ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ବରପାଲି, ବିଜେପୁର, ଗାଇସିଲେଟ ଅଞ୍ଚଳର ଅନେକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିବା ସହ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ମହିଳା,ଯୁବ ଛାତ୍ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.