କଂଗ୍ରେସ ଦଳ କୁ ତଳସ୍ତରରୁ ମଜଭୁତ କରିବା ପାଇଁ ରଣ କୌଶଳ ଆରମ୍ଭ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୨ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତର ରାଗିଡି ଗ୍ରାମ ଠାରେ ଏକ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଗୁମ୍ମା ବ୍ଲକର ଅଧ୍ୟକ୍ଷ ଭାବେ ଗୀତାଞ୍ଜଳି ଭୁଂୟା ଉପ ନିର୍ବାଚନରେ ନିର୍ବାଚିତ ହେବା ପରେ ପ୍ରଥମ କରି ବ୍ଲକର ପ୍ରତ୍ୟେକ ଗ୍ରାମର ଉନ୍ନତି କିଭଳି ହେବ , ସେ ନେଇ ଆରମ୍ଭ କରାଗଲା ,ତାସହ ଆଗାମୀ ନିର୍ବାଚନରେ ଗୁମ୍ମା ବ୍ଲକ କିଭଳି ଆଗାମୀ ନିର୍ବାଚନରେ କଂଗ୍ରେସ ପୁଣି ହାତେଇବ ତାକୁ ଆଖିଆଗରେ ରଖି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥୀ ଗମାଙ୍ଗ ତାଙ୍କ ଶକ୍ତି ଆଜିଠାରୁ ଆରମ୍ଭ କଲେ ।ଏହି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଆଦିବାସୀ ନେତା ତଥା ଗୁମ୍ମା ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ବେର୍ନିକ ଗମାଙ୍ଗ ଏହି ବ୍ଲକରେ ବିଗତ ଦିନରେ ବହୁ ଉନ୍ନତ କାମ କରିଆସିଥିଲେ ତେଣୁ ଗମାଙ୍ଗ ବାବୁଙ୍କ ବହୁ ସମର୍ଥକ ତାଙ୍କୁ ସହଯୋଗ କରୁଥିବାରୁ ନିଶ୍ଚିତ ଗୁମ୍ମା ବ୍ଲକ କଂଗ୍ରେସର ବିଜୟ ହେବ ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସଂଜୟ କୁମାର ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ୍ୟରେ କଂଗ୍ରେସ ପୁରୁଖା ନେତା ଅଭିମନ୍ୟୁ ପଣ୍ଡା , କୁନା ମାଝି , ପୂର୍ବତନ କାଉନସିଲର ବିଭୁତି ନାୟକ , କୃଷ୍ଣ କୁମାର ବେହେରା , ଦିପୁ ସାହୁ , ପୂର୍ବତନ କାଉନସିଲର ତ୍ରିନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.