ବଲାଙ୍ଗୀର / ନିରୋଜ ମିଶ୍ର : ବଲାଙ୍ଗୀର ସହର ମଧ୍ୟରେ ଏବେ ଚାଞ୍ଚଲ୍ୟକର ତଥ୍ୟ ଗୋଟେ ପରେ ଗୋଟେ ପଦାକୁ ଆସିବାରେ ଲାଗିଛି।ଯେଉଁଥିରେ ଏବେ ନିଜ ଜମି ,ନିଜ,ପଟ୍ଟା,ସହ ଘରବାରି ପ୍ରମାଣ ପତ୍ରର ଅସଲ ନକଲ ଥାଇ ମଧ୍ୟ ଛକ୍କା ପଞ୍ଜା ଦେଇ ଗତି କରୁଛନ୍ତି ଜମି ଉପଭୋକ୍ତା ତଥା ଜମି ନାଁ ରେ ଥିବା ଜମି ମାଲିକ। ସେ ଅଭିଯୋଗ ଆଣିଛନ୍ତି ବିଦ୍ୟୁତ ବିଭାଗର ସଂସ୍ଥା ଓପିଟିସିଏଲ ନାଁରେ। ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଗଇଁତଳା ଗ୍ରାମରେ ରଞ୍ଜନ କୁମାର ମିଶ୍ର ଙ୍କ ପୈତୃକ ଜମି ରହିଛି। ପ୍ଲଟ – ୧୮୨୦/୩୨ଓ ୩୩,ଅନୁସାରେ ୨୦ଡିସମିଲ ଜମି ଯାହା ଆନୁମାନିକ ୮ହଜାର ୭ସହ ୧୨ଏସକ୍ୱେର ଫୁଟ ହେବ। ଯାହା ତାଙ୍କ ବାପା ଅମଳ ତଥା ତାଙ୍କ ପୂର୍ବ ପୁରୁଷ ଙ୍କ କାଳ ରୁ ପିଢ଼ି ପରେ ପିଢ଼ି ଅନୁସାରେ ଘରର ସଦସ୍ୟଙ୍କ ନାଁମ ରେ ସମସ୍ତ ଆସବାବପତ୍ର ନାଁମ କରଣ ସହ ରହି ଆସୁଛି।ଯେଉଁଥିରେ ବର୍ତ୍ତମାନ ରଞ୍ଜନ କୁମାର ମିଶ୍ର ଙ୍କ ନାଁମ ରେ ରହିଛି।ଯାହାକୁ ନେଇ ରଞ୍ଜନ ମିଶ୍ର ତାଙ୍କ ପୈତୃକ ଜମି ରେ ନିଜ ବାସ ଘର କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଦୂତ ବିଭାଗ କୁହାଯାଉଥିବା ସଂସ୍ଥା ଓ,ପି,ଟି,ସି,ଏଲ, ତାର ଜୋରଜବର ଦସ୍ତି ଜମି ହାସଲ କରିବା ସହ ୬୬ କେବି ଟାୱାର ଖୁଣ୍ଟ ପ୍ଲାଣ୍ଟ କରିବା ସହ ଘର କାମ ସମ୍ପୂର୍ଣ୍ଣ ବନ୍ଧ କରିବା ପାଇଁ ଜମି ମାଲିକ ରଞ୍ଜନ କୁମାର ମିଶ୍ର ଙ୍କୁ ଚେତାବନୀ ଦେଇଥିବା ଉଲ୍ଲେଖ କରିଛନ୍ତି ଅଭିଯୋଗ କାରୀ ଶ୍ରୀ ମିଶ୍ର।ତେବେ ଏଠି ସୂଚିତ ଥାଉ ବିଗତ ବର୍ଷରୁ ମଧ୍ୟ ଅଭିଯୋଗକାରୀ ମିଶ୍ର ଙ୍କୁ ମଧ୍ୟ ୬୬କେଭି ଟାୱାର ସ୍ଥାପିତ ପାଇଁ ଓ,ପି,ଟି,ସି,ଏଲ,ଚେତାବନୀ ସହ ଧମକ ଚମକ ଦେଇଥିଲା।ଯାହା ଫଳରେ ରଞ୍ଜନ କୁମାର ମିଶ୍ର ନିଜ ଜମିରୁ ୩୦୦ସ୍କୱେର ଫୁଟ ଅନମାନିକ ୯ଫୁଟ ଛାଡ଼ି ବାକି ତକ ୭୫୦ବର୍ଗ ଫୁଟ ଜମିରେ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ହେଲେ ତା ପରେ ମଧ୍ୟ ସରିନି ଜମି ମାଲିକ ମିଶ୍ର ଙ୍କ ଦୁଃଖ।ଯାହା ଏବେ ପୁଣି ୬୬କେବି ତାର ଟାଣିବା ପାଇଁ ରଞ୍ଜନ ମିଶ୍ର ଙ୍କୁ ତୋଳାଯାଉଥିବା ନିର୍ମାଣ କୋଠା କାର୍ଯ୍ୟ ବନ୍ଦ କରିବାକୁ ଓ,ପି,ଟି,ସି,ଏଲ କହିଥିବା ଦର୍ଶାଇଛନ୍ତି ଶ୍ରୀ ମିଶ୍ର। ଯାହା ପାଇଁ ବିଗତ ବର୍ଷରୁ ଜମି ମାଲିକ ନ୍ୟାୟ ବିଚାର ପାଇଁ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ବଲାଙ୍ଗୀର ଜିଲ୍ଲା ପାଳ,ଏବଂ ଆର,ଡ଼ି, ସି,ଙ୍କୁ ଲିଖିତ ଭାବେ ନିବେଦନ ପତ୍ର ପ୍ରଦାନ କରିଥିଲେ ଯାହା ସମସ୍ତ ଦସ୍ତାବେଜ ଜଳଜଳ ହୋଇ ଦେଖାଯାଇଛି | ଯେଉଁଥିରେ ଜଣଙ୍କ ଜମି କୁ ଅକ୍ତିଆର କରି ବେଆଇନ ଭାବେ କାବୁ କରି ମନମାନି ତଥା ଜୋର ଜବରଦସ୍ତି କାର୍ଯ୍ୟ କରାଯାଉଥିବା ଚିତ୍ର।ଏବଂ ଉଲ୍ଲେଖ ରହିଛି।କିଛିବର୍ଷ ତଳେ ଓ,ପି,ଟି,ସି,ଏଲ,କମ୍ପାନୀର କର୍ମଚାରୀ ମାନେ ଜମି ମାଲିକଙ୍କୁ କୌଣସି ଲିଖିତ କି ମୌଖିକ ପ୍ରାକ ସୂଚନା ନଦେଇ ୧୮୨୨ନମ୍ବର ରୟତି ଜମିରେ ୩୦ନମ୍ବର ଟାୱାର ରୋପଣ କରି ଜମି ମାଲିକଙ୍କ ରୟତି ଜମି ଉପରେ ତାର ଟାଣି ନେଉଥିବା ପ୍ରସଙ୍ଗ ଉଲ୍ଲେଖ କରିବା ସହ ୧୮୨୨ନମ୍ବର ପ୍ଲଟ ର ଉତ୍ତର ଦିଗରେ ବଲାଙ୍ଗୀର ସୋନପୁର ରାସ୍ତା ଅଛି।ଓ ଏହି ରାସ୍ତା ର ଉତ୍ତର ରେ ବିସ୍ତୀର୍ଣ୍ଣ ସରକାରୀ ଜମି ରହିଛି ଯାହା ଓ,ପି,ଟି,ସି,ଏଲ,ସଂସ୍ଥା ଅଣଦେଖା କରି ରୟତି ଜମି ଉପରେ ୧୩୨ କେଭି ର ମହା ବିପଦପୂର୍ଣ୍ଣ ତାର ଟାଣି ଏମାନଙ୍କ ଧନ ଜୀବନ ପ୍ରତି ବାଜି ଲଗାଉଥିବା ଅଭିଯୋଗ କରିଛନ୍ତି ଜମି ମାଲିକ ରଞ୍ଜନ କୁମାର ମିଶ୍ର ।
Sign in
Sign in
Recover your password.
A password will be e-mailed to you.