ରାତି ଅଧରେ ଚାଲିଛି ବାଲି ବେପାର !

0 1

ଝାରବନ୍ଧ-ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ବାଲି ଘାଟ ବାବଦରେ ଜଗଦଲପୁର ଗ୍ରାମ୍ୟ କମିଟି ର ଏକ ପ୍ରତିନିଧି ମଣ୍ଡଳ ସର୍ବଶ୍ରୀ କୃଷ୍ଣଚନ୍ଦ୍ର ପଟେଲ, ହେମସାଗର ପଟେଲ, ମଦନ ମୋହନ ପଟେଲ, ଦିନେଶ ପଟେଲ,ଛନ୍ଦା ଚରଣ ପଟେଲ, ହରେକୃଷ୍ଣ ପଟେଲ ଓ ସମ୍ପଦ ପଟେଲ ଆଜି ଝାରବନ୍ଧ ତହସିଲଦାର ସୀମା ସବିତା କୁଲ୍ଲୁ ମହୋଦୟା ଙ୍କୁ ଭେଟିଥିଲେ l ବାଲି ଘାଟ ଠିକା ଅବଧି ସମୟ ସୀମା ସମାପ୍ତ ହୋଇ ଯାଇଥିଲେ ମଧ୍ୟ କାହିଁକି ରାତିରେ ବାଲି ଉତ୍ତୋଳନ କାର୍ଯ୍ୟ ଚାଲିଛି ବୋଲି ପଚାରିବାରୁ ତହସିଲଦାର ମହୋଦୟା କହିଥିଲେ ଯେ, ବାଲି ଘାଟ ଲିଜ ସମୟ ସୀମା ଅବଧି ସରିଯାଇଛି, କିନ୍ତୁ ବାଲି ଉତ୍ତୋଳନ ହେଉଥିବା କଥା, ଆମେ ଜାଣି ନାହୁଁ, ଆମକୁ ଫୋନ ଯୋଗେ ସୂଚନା ଦିଅନ୍ତୁ । ଏଠାରେ ସୂଚନାଯୋଗ୍ୟ ଯେ, କାହା ଛତ୍ରଛାୟାରେ ବର୍ତ୍ତମାନ ସୁଦ୍ଧା ପୋକଲେନ ମେସିନ (ବାଲି ଲୋଡ଼ କରୁଥିବା ମେସିନ ) ବାଲି ଘାଟରେ ରଖାଯାଇ ରାତିରେ ବାଲି ଉତ୍ତୋଳନ କାର୍ଯ୍ୟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି l

Leave A Reply

Your email address will not be published.