ବଲାଙ୍ଗୀର (ନିରୋଜ ମିଶ୍ର) : ପଶ୍ଚିମ ଓଡ଼ିଶାରେ କୃଷିଭିତ୍ତିକ ଗଣ ପର୍ବ ତଥା ପାରମ୍ପରିକ ପର୍ବ ନୂଆଁଖାଇ। ଧାନ ଅମଳର ଖୁସି ପାଳନ କରିବା ନିମନ୍ତେ ପାଳନ କରାଯାଇଥାଏ।ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଅର୍ଥାତ ଗଣେଶ ଚତୁର୍ଥୀ ର ପରଦିନ ପାଳିତ ହୋଇଥାଏ।ଯାହା ଚଳିତ ବର୍ଷ ମଧ୍ୟ୍ ଚିରା ଚରିତ ପ୍ରଥମାନୁଯାୟୀ ସମଗ୍ର ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣା ମହାରାଜଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତା ୧୧,୯୨୦୨୧ ଶନିବାର ବିଶୁଦ୍ଧ ତୁଲା ଲଗ୍ନ ମିଥୁନ ନବାଂଶେ ଅମୃତ ବେଳାରେ ସକାଳ ଘ.୧୦.୧୯ମି. ରୁ ଘ.୧୦.୪୦ମି. ମଧେ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ନବାନ୍ନ ବିଧି ଅନୁଷ୍ଠିତ ହେବାର ସମୟ ସୀମା ଧାର୍ଯ୍ୟ ହୋଇଛି। ଯାହା ପାଇଁ ଏହି ପର୍ବ ତଥା ଉତ୍ସବ ପାଳନ କୁ ନେଇ ବଲାଙ୍ଗୀର ସହର ସହ ଜିଲ୍ଲାବାସୀ ଙ୍କ ମଧ୍ୟରେ ଉତ୍ସାହିତ ଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି। ଅନ୍ୟପଟେ ଜନ ସାଧାରଣ ଙ୍କ ସହ ଦେବାଳୟର ପଣ୍ଡିତ ମାନେ ମଧ୍ୟ ଏହି କୃଷିଭିର୍ତିକ ଗଣପର୍ବ ଲଗ୍ନକୁ ନେଇ ଉତ୍ସାହିତ ଥିବା ନଜିରକୁ ଆସିଛି।ସେପଟେ କୃଷିଭିର୍ତିକ ଗଣ ପର୍ବ ନୂଆଁଖାଇ ରେ ବ୍ୟବହୃତ ଚାଷୀର ସରିଆ ଧାନ ର ପ୍ରଥମ ଅମଳ ଧାନ ଦେବାଦେବୀ ଙ୍କ ପାଖେ ଅର୍ପଣ କରାଯାଇଥାଏ।ଯାହା ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାହା ସମ୍ଭବ ହେବା ନେଇ ଚାଷୀକୁଳ ଙ୍କ ମଧ୍ୟରେ ଦୁବିଧା ଭଳି ନିରାଶ ଜନକ ଦୃଶ୍ୟ ମଧ୍ୟଦେଖାଦେଇଛି ଅନ୍ୟପଟେ ଏସବୁ ମଧ୍ୟରେ ବିଗତ ଦୁଇ ବର୍ଷ କରୋନା ଭାଇରାଷ୍ ଯୋଗୁଁ ଏହି ଗଣପର୍ବ ଜିଲ୍ଲା ମଧ୍ୟରେ ଫିକା ପଡୁଥିବାବେଳେ ଚଳିତ ବର୍ଷ ସମସ୍ତ ସହର,ଗ୍ରାମାଞ୍ଚଳ ତଥା ପଶ୍ଚିମ ଓଡ଼ିଶା ବାସୀଙ୍କ ନଜର ସରକାରୀ ଗାଇଡ଼ ଲାଇନ କୁ ଅପେକ୍ଷା ରହିଛି।
Sign in
Sign in
Recover your password.
A password will be e-mailed to you.