ରାମଣ୍ଡା ଓ ରାମଚନ୍ଦ୍ରପୁର ସ୍କୁଲରେ ପୋଷାକ ବଣ୍ଟନ ମେଳା 

0 2

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ରାମଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାମଚନ୍ଦ୍ର ପୁର ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୬ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଭୟ ଶିକ୍ଷାନୁଷ୍ଠାନ ରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ରାମଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କାଳୀ ଚରଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ମୁଖ୍ୟବକ୍ତା ଭାବେ ସିଆରସିସି ରାଜ କିଶୋର ଦାଶ ଓ ସମ୍ମାନୀତ ଅତିଥି ଭାବେ ଏସଏମସି ସଭାପତି ପାଣ୍ଡବ ଦଳାଇ ଯୋଗଦେଇଥିଲେ। ଅତିଥି ବୃନ୍ଦଙ୍କ ଦ୍ଵାରା ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶ ଓ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ଶିକ୍ଷୟିତ୍ରୀ ରଶ୍ମିତା ପାଢ଼ୀ ମେଳା ପରିଚାଳନାରେ ସହଯୋଗ କରିଥିଲେ।

ସେହିପରି ବିରଞ୍ଚିପୁର ପାଞ୍ଚାୟତ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ସାହୁ ଓ ଏସଏମସି ଅଧ୍ୟକ୍ଷା ସବିତା ନାୟକ ଯୋଗଦେଇଥିଲେ। ଅତିଥି ବୃନ୍ଦ ୨୬ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ।

Leave A Reply

Your email address will not be published.