ଡୁଙ୍ଗୁରିପାଲି ଅଞ୍ଚଳରେ କେବେ ଖୋଲିବ ଜଲଛତ୍ର !

0 2

ଡୁଙ୍ଗୁରିପାଲି(ପ୍ରକାଶ ହାତୀ) :ମାର୍ଚ୍ଚ ସରି ଏପ୍ରିଲ ମାସ ଆରମ୍ଭ ହେଲାଣି। ଅସହ୍ୟ ଖରା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ରାସ୍ତା ଘାଟ ଶୂନଶାନ ହୋଇପଡୁଛି । ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଜଲଛତ୍ର ଖୋଲି ନାହିଁ। ଏପରିକି ପ୍ରତେକ ପଞ୍ଚୟତର ବିଭିନ୍ନ ସ୍ଥାନରେ ଜଲଛତ୍ର ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ରହିଛି। ପ୍ରତିବର୍ଷ ଜଲଛତ୍ର ଖୋଲିବା ବାବଦରେ ପ୍ରତେକ ଗ୍ରାମପଞ୍ଚାୟତ କୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ କରୁଥିବା ବେଳେ କିଛି ସ୍ଥାନରେ ଜଲଛତ୍ର ଖୋଲିଥିବା ବେଳେକ ଅନେକ ସ୍ଥାନରେ ଖୋଲାଯାଇ ନାହିଁ। ଏଥି ପାଇଁ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ ନିଦାବିଷ୍ନୁ ସାଜିଥିବାରୁ ଜନ ସାଧାରଣ ଅଭିଯୋଗ  ହୋଇଛି। ଏଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଜଲଛତ୍ର ଖୋଳିବାକୁ ଦାବି ହେଉଛି ।

Leave A Reply

Your email address will not be published.