ଭୁବନେଶ୍ୱରୁ ଚକ୍ରଧର ମାଝି : ୨୦୧୯ ରେ ଓଡିଶାରେ ରାଜନୈତିକ ନବ କଳେବର ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଜିର ଯେଉଁ ରାଜନୈତିକ ସ୍ଥିତି ରହିଛି ସେହିପରି ସ୍ଥିତି ରହିବ ନାହିଁ ଓ ୨୦୧୯ରେ ଭାରତୀୟ ଜନତା ପାର୍ଟୀ ରାଜ୍ୟରେ ସରକାର ଗଠନ କରିବ ବୋଲି ଶ୍ରୀ ଓରାମ କହଛନ୍ତି ।
ଶ୍ରୀ ଓରାମ କହିଛନ୍ତି ଯେ ଏହି ନବକଳେବର ପୁରୀରୁ ହୋଇ ପାରେ କିମ୍ବା ଆଦିବାସୀ ଅଂଚଳ ସୁନ୍ଦରଗଡରୁ ମଧ୍ୟ ହୋଇ ପାରେ । ଶ୍ରୀ ଓରାମ କହିଛନ୍ତି େ ଯ ଓଡିଶାର ଜନ ସାଧାରଣ ବିଜେଡି ସରକାରକୁ ପୂରା ମାତ୍ରାରେ ବୁଝି ଗଲେଣିା ରାଜ୍ୟରେ ପିସି କାରବାର ଜୋର ସୋରରେ ଚାଲିଛି । ଥାନା ଗୁଡିକ ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କର ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା ବୋଲି ପ୍ରଚାରିତ କରି ବାହାବା ନେଉଛନ୍ତି । ବର୍ତମାନ ସୁଦ୍ଧା ୧୭ ବର୍ଷର ଶାସନ ପରେ ମଧ୍ୟ ଲୋକ ମାନଙ୍କର ମୌଳିକ ସମସ୍ୟାକୁ ଦୂର କରା ଯାଇ ପାରି ନାହିଁ । ବିଜେଡିର ଏହି ଶାସନ ଉପରେ ଲୋକେ ଅତିÂ ହୋଇ ଗଲେଣି । ବିଜେପିକୁ ବିକଳ୍ପ ଭାବେ ଲୋକ ମାନେ ବିଚାରକୁ ନେଲେଣି ବୋଲି ସେ କହିଥିଲେ ।
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡି ମୁଖପତ୍ର ତଥା ରାଜ୍ୟ ସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ବାସୀଙ୍କୁ ମିଥ୍ୟା ତଥ୍ୟ ଦେଉଛନ୍ତି । ଶ୍ରୀ ଦେବ କହିଛନ୍ତି ଯେ ରାଜ୍ୟର ଜନ ସାଧାରଣ ବିଜେପିକୁ ଦେଖି ଆସିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ବିଜେପିର କେନ୍ଦ୍ରରେ ଥିବା ସରକାର ତାର ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ ରୁପେ ବିଫଳ ହୋଇଛି । ରାଜ୍ୟର ଜନ ସାଧାରଣ ବିଜେପିକୁ ଭଲ ଭାବେ ବୁଝି ସାରିଲେଣି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସରେ ଦଶଥର ଗୁଜରାତ ଗସ୍ତ କାହିଁକି କରୁଛନ୍ତି ଏହା ମଧ୍ୟ ବିଜେପି ନେତା ମାନେ ପଚାରିବା ଦରକାର ବୋଲି ସେ କହିଛନ୍ତି ।