ପଦ୍ମପୁର ଦୈନିକ ବଜାରର ଦୂରାବସ୍ଥା ର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର On Jun 29, 2018 22 Share ପଦ୍ମପୁର/ Nila Deep -ପଦ୍ମପୁର ସହରର ମଧ୍ୟ ଭାଗରେ ଥିବା ଦୈନିକ ବଜାରର ଅବସ୍ଥା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡିଛି ।ବଜାର ସାରା ପଚାସଢା ପନିପରିବା ସହିତ କାଦୁଅ ସୄଷ୍ଟି ହୋଇ ନର୍କର ଭ୍ରମ ସୄଷ୍ଟି ହେଉଛି ।ବଜାରର ପନିପରିବା ବିକ୍ରେତା ମାନଙ୍କର ମୁଣ୍ଡରେ ନା ଅଛି ଛାତ ନା ଅଛି ପିଣ୍ଡି,ସେମାନେ ସେଇ ମାଟି କାଦୁଅରେ ପସରା ଖୋଲି ବସୁଛନ୍ତି ।ଗ୍ରାହକ ମାନେ ମଧ୍ୟ ବର୍ଷାରେ ପନିପରିବା କିଣିଲା ବେଲେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପ୍ରତି ଶନିବାର ଓ ମଙ୍ଗଳବାର ଦିନ ସାପ୍ତାହିକ ହାଟ ଏଇଠି ବସେ । ସାରା ସହରବାସୀ ତଥା ଆଖପାଖ ଅଞ୍ଚଳର ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି ।ଏହି ବଜାରରେ ବୁଲା ଗାଇଗୋରୁ ,ଷଣ୍ଢର ଦୌରାତ୍ମ୍ୟ ମଧ୍ୟ ପ୍ରବଳ ।ସାଧାରଣ ଜନତା ବଜାରରେ ଷଣ୍ଢ ଆକ୍ରମଣ ରେ ଆହତ ହୋଇ ଡାକ୍ତରଖାନ ଯାଇ ଚିକିତ୍ସିତ ହେବା ନଜରକୁ ଆସିଛି ।ବର୍ଷା ହେଲେ ବଜାରରୁ ବର୍ଷା ଜଳ ନିଷ୍କାସନ ର କୌଣସି ପ୍ରକାରର ବ୍ୟବସ୍ଥା ନାହିଁ କହିଲେ ଚଲେ ।ଏହି ବଜାରର ନବିକରଣ ତଥା ପରିବେଶର ସ୍ବଛ୍ଛତା ଆଣିବା ପାଇଁ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।ଏ ସଂକ୍ରାନ୍ତରେ ଅନେକ ଦିନ ଧରି ସହରବାସୀ ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ଫଳ ମିଲିନାହିଁ ।ଏ ସଂକ୍ରାନ୍ତରେ ଏକ ପ୍ରତିନିଧି ଦଳ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରି ଏହା ଉପରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।ଏହି ପ୍ରତିନିଧି ଦଳରେ ସମାଜସେବୀ ନିରୋଜ ଦୋରା,ନାଟ୍ୟକାର ଅଶୋକ ବହିଦାର,ପୂର୍ବତନ ଓକିଲ ସଂଘ ସଭାପତି ସନ୍ତୋଷ ଶତପଥି ପ୍ରମୁଖ ସାମିଲ ଥିଲେ 22 Share FacebookTwitterGoogle+ReddItWhatsAppPinterestEmail