ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଶନିବାର ଦିନ ଗଜପତି ଜିଲ୍ଲାର କାଶୀନଗର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୮ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୮୦୦ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକା ଦିଆଯିବା ବ୍ୟବସ୍ଥା ହୋଇଥିଲା । 

ପୂର୍ବରୁ ଅର୍ଥାତ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ୫ ତାରିଖ ପର୍ଯ୍ୟନ୍ତ  ଜିଲ୍ଲାରେ ୬ ଟି ସେସନରେ ୧୪୭୫ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟୀକା ଦିଆ ହୋଇଥିବା ବେଳେ ୬ ତାରିଖରେ ୮ ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୮୦୦ ଜଣଙ୍କୁ ଟୀକା ଦେବା ବ୍ୟବସ୍ଥା ହୋଇଥିଲା । 

ଜିଲ୍ଲାର କାଶୀନଗର , ଗୁରାଣ୍ଡି , ଆର:ଉଦୟଗିରି , ଗୁମ୍ମା , ମୋହନା , ରାୟଗଡ , ଖଜୁରିପଦା ଓ ପାରଳାଖେମୁଣ୍ଡି ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ୍ ଟୀକା ଦିଆହୋଇଛି ।

 ଗଜପତି ଜିଲ୍ଲା ବ୍ଲକ କାଶୀନଗର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ମାନଙ୍କ କୋଭିଡ୍ ଟିକାଦାନର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ  ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଆଗ୍ରହ ସହକାରେ କୋଭିଡ୍ ଟୀକା ନେବା ପାଇଁ ଆସି ପ୍ରତୀକ୍ଷା ଗୃହରେ ଅପେକ୍ଷା କରିଥିଲେ । ଟୀକା ନେବାପରେ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସିଥିଲେ , କାହାକୁ ହେଲେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇ ନ ଥିଲା ।

 ବରିଷ୍ଠ ନାଗରିକ ମାନଙ୍କ ପାଇଁ କେନ୍ଦ୍ର ସରକାର ଏହି କୋଭିଡ୍ ଟୀକା ମାଗଣାରେ ଓ ସୁରକ୍ଷିତ ଭାବେ ଆଣି ଟୀକାକରଣର ସୁଯୋଗ ଦେଇଥିବା ଯୋଗୁଁ ବରିଷ୍ଠ ନାଗରିକ ଆୟୁର୍ବେଦିକ ଡାକ୍ତର ରାଧାନାଥ ପାତ୍ର ,  ବରିଷ୍ଠ ଚାଷୀ ଶ୍ରୀ ଡି: ଭେଙ୍କେଟ ରାଓ ପଟ୍ଟନାୟକ ଏବଂ ଅବସରପ୍ରାପ୍ତ କୃଷି ଅଧିକାରୀ ଶ୍ରୀ ପଦ୍ମଚରଣ ପାଢ଼ୀ ପ୍ରମୁଖ   କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି । 

କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାଃ ପାର୍ଥସାରଥୀ ବେହେରା ଏବଂ ଡାକ୍ତର ଶୁଭେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଏଏନଏମ :- ପାଇନିକା ଶବର କୋଭିଡ୍ ଟୀକା ଦେଇଥିଲେ ।     

Leave A Reply

Your email address will not be published.