ଗଜପତି ଜିଲ୍ଲାସ୍ତରୀୟ ସ୍ୱଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନ ଭିତ୍ତିକ କର୍ମଶାଳା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ସୀତାପୁର ନିକଟସ୍ଥ ସେଞ୍ଚୁରୀୟନ୍ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ୍ ଠାରେ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲ ଦ୍ବାରା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ମୁଖ୍ୟ ଅତିଥି ଭାବେ ସେଞ୍ଚୁରୀୟନ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ଅନିତା ପାତ୍ର ଏବଂ ସ୍ଵତନ୍ତ୍ର ଅତିଥି ଡ଼ଃ. ସଞ୍ଜୟ କାପୁର୍ କର୍ମଶାଳାରେ ଯୋଗ ଦେଇଥିଲେ। ସ୍ଵଳ୍ପମୂଲ୍ୟ ବିଶିଷ୍ଟ ଶିକ୍ଷାଦାନ ଉପକରଣ ବ୍ୟବହାର କରି ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ବିଜ୍ଞାନ ଶିକ୍ଷାକଙ୍କୁ ତାଲିମପ୍ରାପ୍ତ କରାଇଥିଲେ।

ବିଭିନ୍ନ ଦିବସରେ ଡଃ. କାପୁର୍ , ପ୍ରଫେସର ନିରଞ୍ଜନ ସୁତାର ସାମାଜିକ ସଂସ୍କୃତି ବିକାଶ ବିଭାଗର ଉପଦେଷ୍ଟା ବନମାଳୀ ସାହୁ ଏବଂ ପ୍ରଫେସର ମୋନାଜ କୁମାର ଘୋଷଲା , କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ ଭୂବନେଶ୍ୱର ପ୍ରଶିକ୍ଷକ ଭାବେ ଜିଲ୍ଲାର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ  ପ୍ରଦାନ କରାଇଥିଲେ।

ଏହାର ଉପକାରିତା ପିଲାମାନଙ୍କର ବୈଜ୍ଞାନିକ ଦକ୍ଷତା ବୃଦ୍ଧି କରାଇବା ନିମନ୍ତେ ଆୟୋଜିତ ହୋଇଥିଲା। ଏହା ଏକ ଆଦର୍ଶ ଭିତ୍ତିକ ତାଲିମ ଯୋଜନା । ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ସେଞ୍ଚୁରୀୟନ୍ ପବ୍ଲିକ୍ ସ୍କୁଲ ତରଫରୁ ତିନିଦିନ ଧରି ଅନୁଷ୍ଠିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ଅଧ୍ୟକ୍ଷ ଶ୍ରୀମତି ସୁନିତା ପାଣିଗ୍ରାହୀ ପରିଚଳନା କରିଥିବା ବେଳେ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଏବଂ ଶ୍ରୀ ସମ୍ବିତ ପାତ୍ର ପରିଚଳନାରେ ସହଯୋଗ କରିଥିଲେ କରିଥିଲେ। ଶେଷରେ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ  ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.