ବିଜେଡ଼ି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୨୦୩ ୟୁନିଟ ରକ୍ତ ସଂଗୃହୀତ ।

0 2

ବାରିପଦା (ଦିଲ୍ଲୀପ ମହାନ୍ତି)– ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୨୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବିଜୁ ଭବନଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ସୁବ୍ରତ ଥାଟୋଇ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାର୍ଣ୍ଡି, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ସଂଯୋଜକ ତଥା ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜ ଶିବନାରାୟଣ କିସ୍କୁ, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି ଓ ଦୀପ୍ତିଲତା ମିଶ୍ର, ଶୈଳେନ୍ଦ୍ର ପାତ୍ର, ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ସ୍ୱରୂପ ଦାସ, ସତ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ଅନନ୍ତ ଦାସ, ସ୍ୱରୂପ ପଟ୍ଟନାୟକ, ଦେବାଶିଷ ଦାସ, ମହେଶ ଭଞ୍ଜ, ଦେବାଶିଷ ପାତ୍ର, ମହିଳା ବିଜେଡି ସଭାନେତ୍ରୀ ବୀଣାପାଣି ସାହୁ, ଶ୍ରାବଣୀ ଦାସ,  ଛାତ୍ର ଜୋନାଲ ବିଜେଡି ସଭାପତି ଅବଦୁଲ ହବିବ୍, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ ନାୟକ, ରାଜ୍ୟ ବିଜେଡି ଛାତ୍ର ସମ୍ପାଦକ ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତି, ଯୁବ ନେତା ଆଭାସ ଦେ, ଶ୍ରବଣ କୁମାର ଗୋପ, ଅଶିର୍ବାଦ ଦାସ, ବିକାଶ ମହାନ୍ତ, ବିକାଶ ବାରିକ, ରାଜ୍ୟ ଯୁବ ସମ୍ପାଦକ ରାଜୀବ ଜେନା, କପିଲ ଖଣ୍ଡେଲୱାଲ, ବାବୁ ଘୋଷ   ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । 

Leave A Reply

Your email address will not be published.