ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ସୀମାନ୍ତବର୍ତୀ ଚରଦାପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପ୍ରଥମେ ପଞ୍ଚାୟତ ର ଗୁଣ୍ଡିଚାଦିହି ଗ୍ରାମକୁ ପହଂଛି ସେଠାରେ ରାଜ୍ୟ ସରକାର ଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସହିତ ତୃଣମୂଳ ସ୍ଥରରେ ଯୋଜନାର ହେଉଥିବା କାମ ସବୁକୁ ତଦାରଖ କରିବା ସହିତ ସରକାର ଙ୍କର ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ସେମାନଙ୍କର ବିଭିନ୍ନ ସମସ୍ୟା ଶୁଣିଥିଲେ । ରାଜ୍ୟ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ସ୍କୁଲ କୁ ପହଂଛି ଜିଲ୍ଲାପାଳ ସ୍କୁଲ ର ବର୍ତମାନ ପରିସ୍ଥିତି ବାବଦରେ ଜାଣିବା ସହତ ଛାତ୍ର ଛାତ୍ରୀ ମାନଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ସରକାର ଙ୍କର ଦ୍ୱାରା ଜାରି କରାଯାଇଥିବା ନିୟମବଳୀର ପାଳନ କରିବାକୁ ଶିକ୍ଷକ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ଚଙ୍ଗରିଆ , ଲୁହୁରକୋଟ ଇତ୍ୟାଦି ଗ୍ରାମ ପରିଦର୍ଶନ କରିବା ସହିତ ଚରଦାପାଳି ଗ୍ରାମପଞ୍ଚାୟତ ରେ ଅଂଚଳ ବାସୀଙ୍କ ସହିତ ଆଲୋଚନା କରିଥଲେ । ଏହି ଆଲୋଚନା ବେଳେ ଗ୍ରାମ ବାସୀଙ୍କର ଦ୍ୱାରା ପୁନର୍ବାର ଲଖମରା ଠାରେ ଏକ ପୋଲ ନିର୍ମାଣର ଦାବି ରଖିଥିଲେ । ଏହି ଅଂଚଳର ମୁଖ୍ୟ ସମସ୍ୟା ଓ ଆବଶ୍ୟକତା ହେଉଛି ଏହି ପୋଲ । ଏକ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କର ଦ୍ୱାରା ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନା ଯୋଗ ଯେ ବର୍ଷା ଦିନରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ହୋଇଯାଇଥାଏ । ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁଵିଧା ରୁ ଲୋକେ ବଂଚିତ ହୋଇଥାନ୍ତି । ଏହାପରେ ଜିଲ୍ଲାପାଳ ଲହଣ୍ଡିପୁର ଓ ଲୁହୁରାକୋଟ ପରିଦର୍ଶନ କରି ସରକାରୀ ଯୋଜନାରେ ହେଉଥିବା କାମ ସବୁ ତଦାରଖ କରିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମବାସୀ ମାନଙ୍କର ସମସ୍ୟା ସବୁକୁ କେମ୍ପ କରି ସମାଧାନ କରାଯିବାକୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଆଜିକାର ଏହି କାର୍ଯକ୍ରମ ରେ ଜିଲ୍ଲାପାଳ ଙ୍କର ସହିତ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ବିଡ଼ିଓ ସୁରେନ୍ଦ୍ର ମେହେର , ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ମାଝୀ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.