ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ବନବିଭାଗ ତରଫରୁ ପଟେରୁ ସେକ୍ସନ ତଥା ବଦଲି ଗ୍ରାମପଞ୍ଚାୟତରେ ଏକ ବନ୍ୟପ୍ରାଣୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ, ଚିତ୍ରାଙ୍ଗପଲ୍ଲୀ ସରପଞ୍ଚ, ବନପାଳ ଶ୍ରୀ ମୁରଲୀଧର ମହାରଣା ତଥା ବନବିଭାଗ ର ଅଧିକାରୀ ଙ୍କ ନେତୃତ୍ଵରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶୋଭାଯାତ୍ରାରେ ବଦଳି ଗ୍ରାମ ପରିକ୍ରମା କରିବା ସହ ବଦଲି ପଞ୍ଚାୟତ ଠାରେ ପହଞ୍ଜି ଏକ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ବଦଲି କଲେଜ ଅର୍ଥନୀତି ଅଧ୍ୟାପକ ଶ୍ରୀ ମୋନାଜ କୁମାର ନାୟକ, ପରିବେଶ ପ୍ରେମୀ ରାଜେଶ ମଣ୍ଡଳ,ବଦଲି ସରପଞ୍ଚ ମୁକେ ପଡିଆମୀ,ଚିତ୍ରାଙ୍ଗପଲ୍ଲୀ ସରପଂଚ,ଜଂଗଲ କମିଟି ସଭାପତି ଆଇତା ମାଡକାମୀ, ଏବଂ ଗାନ୍ଧୀ ପଡିଆମୀ ଆମ ଜଙ୍ଗଲ ବିଭାଗ ପଦାଧିକାରୀ ଶ୍ରୀନିବାସ ପାତ୍ର, ସୁବ୍ରତ ସ୍ୱାଇଁ ଯୋଗଦେଇ ଥିଲେ ।ଆଜି ର ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଜଙ୍ଗଲ ଓ ପରିବେଶ ପ୍ରତି କିପରି ଯତ୍ନବାନ୍ ହେବେ ଏବଂ କିଭଲି ଭାବ ରେ ପରିବେଶ ସୁରକ୍ଷା ରହି ପାରିବ ସେ ଦିଗ ପ୍ରତି ଆଲୋଚନା କରାଯାଇଥିଲା। ବଦଲି କଲେଜ ର ଯୁକ୍ତ ଦୁଇ ଛାତ୍ରୀ ସଞ୍ଜନା କପାସିଆ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ଆସିଥିବା ବଙ୍ଗୀୟ ଗ୍ରାମବାସୀ ମାନଙ୍କୁ ବଙ୍ଗୀୟ ଭାଷା ରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ। ଛାତ୍ରୀ ଜନଙ୍କର ବୁଝାଇବା ଶୈଳୀ ବହୁତ୍ ଉଚ୍ଚ କୋଟିର ଥିବାରୁ ଏଥିରେ ଖୁସି ହୋଇ ବଦଲି ସରପଞ୍ଚ ମୁକେ ପଡିଆମୀ ଛାତ୍ରୀଙ୍କୁ ୫୦୦/ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।କଲେଜ ର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଯୁବକ ମାନେ ଗ୍ରାମ ରେ ପ୍ର୍ୟତେକ ଲୋକ ଙ୍କୁ ଗଛର ମହତ୍ତ ଓ ଜଙ୍ଗଲ ବୃଦ୍ଧି ପରିବେଶ ଉପରେ ବିଭିନ୍ନ ସଚେତନ କରିଥିବା ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.