ଶିମିଳିପାଳ ଅଭୟାରଣ୍ୟରେ ନିଆଁ :  ସୁରକ୍ଷା କ୍ଷେତ୍ରରେ ବନ ବିଭାଗର ବିଫଳତାକୁ ଉତ୍ତରଦାୟୀ କଲେ କଂଗ୍ରେସର ଅନୁଧ୍ୟାନକାରୀ ଟିମ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଘଟଣାରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ସତ୍ୟଶିବ ଦାସ, ମମତା କୁଣ୍ଡୁ ଓ ମହେନ୍ଦ୍ର ନାଏକ ପ୍ରମୁଖଙ୍କୁ ନେଇ ଗଠିତ ଏକ ୬ ଜଣିଆ ଅନୁଧ୍ୟାନକାରୀ ଟିମ ଶିମିଳିପାଳ ପରିଦର୍ଶନରେ ଯାଇ ପ୍ରଥମେ ପିଠାବଟା ରେଞ୍ଜ ଅଧୀନ ଜଙ୍ଗଲ ଓ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧି, ଜଙ୍ଗଲ ସୁରକ୍ଷା କମିଟି, ବନ ସୁରକ୍ଷା ସମିତି, ମୟୂରଭଞ୍ଜ ଜଙ୍ଗଲ ସୁରକ୍ଷା ମଞ୍ଚ, ବୁଦ୍ଧିଜୀବୀ ଓ ପରିବେଶବିତ୍ମାନଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କ ନିକଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ ବନ ବିଭାଗ ଶିମିଳିପାଳ ସୁରକ୍ଷା କ୍ଷେତ୍ରରେ ସଠିକ୍ ପଦକ୍ଷେପ ଗ୍ରହଣ ନ କରିବା ଓ ପରିଚାଳନାଗତ ଅପାରଗତା କାରଣରୁ ଆଜି ଏହି ପ୍ରକାରର ଭୟଙ୍କର ପରିସ୍ଥିତିକୁ ସୃଷ୍ଟି ହୋଇଛି । ସେହିପରି ଜଙ୍ଗଲର ସୁରକ୍ଷା କ୍ଷେତ୍ରରେ ଜଙ୍ଗଲ ସୁରକ୍ଷା କମିଟିକୁ ବନ ବିଭାଗ ବିଶ୍ୱାସକୁ ନ ନେବା, ଜଙ୍ଗଲ ସୁରକ୍ଷା ସହାୟକ ନିଯୁକ୍ତିରେ ଅପରିପକ୍ୱତା, , ଗୋଷ୍ଠୀ  ଜଙ୍ଗଲ ଅଧିକାର ଆଇନକୁ ଠିକ୍ ଭାବେ କାର୍ଯ୍ୟକାରୀ କରା ନ ଯିବା, ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ଅସାଧୁ ମନୋଭାବକୁ ଉତ୍ତରଦାୟୀ କରିଛନ୍ତି କଂଗ୍ରେସର ଅନୁସନ୍ଧାନକାରୀ ଟିମ୍ । ସେହିପରି ଆସନ୍ତାକାଲି ଟିମ୍ କରଞ୍ଜିଆ, ଯଶୀପୁର ଅଞ୍ଚଳ ଗସ୍ତରେ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.