ବାଏଫ ପକ୍ଷରୁ ଉନ୍ନତ ଛେଳି ପ୍ରଦର୍ଶନୀ

0 2

 

ଲେଫ୍ରିପଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ସହାୟତାରେ ବାଏଫ ସେଚ୍ଛାସେବୀ ସଂସ୍ଥା ପକ୍ଷରୁ ବାଢୁନ ଝରିଆ ଠାରେ ଛେଳି ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉନ୍ନତ ଛେଳି ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ଭାବେ ଡା ଆଦ୍ୟ ପ୍ରକାଶ ରଥ ଯୋଗ ଦେଇ ଛେଳି ଚାଷର ଲାଭକାରୀ ଦିଗ ସମ୍ପର୍କ ରେ ଆଲୋଚନା କରିବା ସହ ନିୟମିତ ଟୀକାକରଣ,କୃମି ନାଶକ ଔଷଧ ସେବନ ଓ କୃତ୍ରିମ ଗର୍ଭଧାରଣ ପ୍ରତି ଚାଷୀ ମାନେ ଜୋର୍ ଦେବାକୁ ପରାମର୍ଶ ଦେଇ ଥିଲେ। ଏହି ଅବସର ରେ ଛଅ ଜଣ ଅଗ୍ରଣୀ ଛେଳି ଚାଷୀଙ୍କୁ ବାଏଫ ର ଜିଲ୍ଲା ଅଧିକାରୀ ଇଂ ମାନସ ରଞ୍ଜନ ରାଉତ ସମ୍ବର୍ଦ୍ଧିତ କରିବା ସହ ବ୍ୟାପକ ଗୋଷ୍ଟି ଉନ୍ନୟନ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ନିଜ ମତ ରଖି ଥିଲେ। ଏହି ଅବସରରେ ବାଏଫ ତରଫରୁ ଛେଳି ଚାଷୀ ମାନଙ୍କୁ ସୁଷମ ଛେଳି ଖାଦ୍ୟ ବଣ୍ଟନ କରା ଯାଇଥିଲା ଓ ସୁନ୍ଦରଗଡ଼ ସବଡେଗା ଠାରେ ଛେଳି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ସମ୍ପର୍କିତ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ୭୦ ଜଣ ଛେଳି ଚାଷୀ ଭାଗ ନେଇଥିବା ବେଳେ ବାଏଫ ର ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ମାନସ ନାଥ,ଜ୍ଞାନରଞ୍ଜନ ପାଲ, ସିଆରପି ବିନୀତା ଭୋଏ, ଅନ୍ଧ୍ରିଆସ ଟପୋ,କରୁଣାକର ମାଝୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.