ପାଳିତ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତପିରାମ ମାଝୀ।

ସର୍ବପ୍ରଥମେ ଜିଲ୍ଲାପାଳ ଭୂମିପୁତ୍ର,ଜନନାୟକ ,ପ୍ରବାଦ ପୁରୁଷ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ନିଜ ଉଦବୋଧନରେ ଶ୍ରୀ ସାମଲ କହିଥିଲେ ଯେ ତୃଣମୂଳ ସ୍ତରରୁ ଯୋଜନା ପ୍ରସ୍ତୁତି , ସଂଘବଦ୍ଧ ଭାବରେ କାର୍ଯ୍ୟ କରିବା ସହ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ନିଜ କର୍ତ୍ତବ୍ୟରେ ସଫଳ ରୂପାୟନ କରିପାରିଲେ ଦେଶ, ଜାତି ତଥା ସମାଜର କଲ୍ୟାଣ ସମ୍ଭବ ।ଏହାବ୍ୟତୀତ ସେ ପଞ୍ଚାୟତିରାଜ ଦିବସକୁ କ୍ରାନ୍ତିର ଦିବସ ବୋଲି କହି ସମଷ୍ଟିଗତ ପ୍ରଚେଷ୍ଟା , ଉଦ୍ୟମ ଓ ଇଛା ଶକ୍ତି ହିଁ ସାମୁହିକ ବିକାଶ ଦିଗରେ ଆଗକୁ ବାଟ କଢ଼େଇ ନେବ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ନିଳିମା କୁଜୁର ସଂଚାଳନ କରିଥିଲେ । ଜିଲ୍ଲା ପରିଷଦ  ଉପାଧକ୍ଷ୍ୟା ପଙ୍କଜିନି ପଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ରୂପସୀତା ମିଶ୍ର , ସୁପ୍ରଭା ସେଠ, ବଲବିନ୍ଦର ସିଂ, ବୀଣାପାଣି ନାଏକ,ରାଜକୁମାର ସେଠୀ,କଳ୍ପନା ପଣ୍ଡା  ପ୍ରମୁଖ ସରକାରୀ ଯୋଜନାର କାର୍ଯ୍ୟାନ୍ଵୟନ ସମ୍ପର୍କରେ ଅଭିମତ ରଖିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.