ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଗରୁ ଆହ୍ବାନ ଦେଇଛନ୍ତି : ପ୍ରତାପ 

0 2

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବିଧାନସଭାରେ ୨୭ ଫେବୃଆରୀ,୨୦୨୧ରେ ପ୍ରସ୍ତାବ ଆଗତ କରିବା ସମୟରେ କହିଥିଲେ କି ପୁରୁଷ ପୁରୁଷ ପରେ, ବହୁତ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ଆମେ ସମସ୍ତେ ସାରା ଓଡ଼ିଶାବାସୀ ମିଶି କରି  କହିଛନ୍ତି ବୋଲି ସ୍ପଷ୍ଟ  କରିଛନ୍ତି ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ଶ୍ରୀ ଜେନା କହିଛନ୍ତି ଯେ, ବିଧାନସଭାରେ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲା ସେଥିରେ ଗୋଟେ ବିନ୍ଦୁ ଥିଲା ଯେ ପ୍ରତ୍ୟେକ ଓଡ଼ିଆ, ପ୍ରତି ଜଗନ୍ନାଥପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ସାମିଲ୍ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଆହୁରି କହିଥିଲେ ଯେ, ଓଡ଼ିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରିଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡ଼ି ବାଲିରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡ଼ିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ  ସୌଭାଗ୍ୟ । ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ବୋଲି ଆଇନ୍ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । 

 

Leave A Reply

Your email address will not be published.