ମହଙ୍ଗା ପଡିଲା ଅଦାଲତ ଙ୍କ ନକଲି ଆଦେଶ ଦେବା

0 2
  • ନକଲି ଆଦେଶ ଥାନା ରେ ଦେଇ ଓକିଲ ଗିରଫ।

  • ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନାରୁ ଜବତ ଗାଡି ବାହାର ବେଳେ ପଡିଲେ ଧରା।

  • ଓକିଲ ବ୍ରଜ ମୋହନ ପ୍ରଧାନ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ସମ୍ବଲପୁରରୁ ରମାକାନ୍ତ  ବିଶ୍ବାଳ : ସମ୍ବଲପୁର SDJM କୋର୍ଟ ର ନକଲି ଆଦେଶ ଥାନାରେ ଦେଇ ମାମୁଁ ଘରକୁ ଯାଇଛନ୍ତି ଓକିଲ ବାବୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ରେ । ଗତ ଫେବ୍ରୁଆରୀ 19 ତାରିଖରେ ଯୁଜୁମୁରା ଥାନା ଅଞ୍ଚଳ NH 53 ରେ ଟ୍ରକ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ଓ ଏଥିରେ ସ୍କୁଟି ଚାଳକ ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ରେ ଜବତ ଟ୍ରକ କୁ ଥାନାରୁ ବାହାର କରିବା ପାଇଁ ଓକିଲ ବ୍ରଜ ମୋହନ ପ୍ରଧାନ ଯୁଜୁମୁରା ଥାନାରେ ସମ୍ବଲପୁର SDJM ଙ୍କ ଏକ ନକଲି ଆଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଥାନା କର୍ମଚାରୀ ଆଦେଶ ନକଲି ଥିବା ସନ୍ଦେହ କରି କୋର୍ଟ କର୍ମଚାରୀ ଙ୍କୁ ଯୋଗାଯୋଗ କରିଥିଲେ, । କୋର୍ଟ କର୍ମଚାରୀ ଏପରି କୌଣସି ଆଦେଶ ଦିଆଯାଇନଥିବା କହିବା ପରେ ସଂପୃକ୍ତ ଓକିଲଙ୍କୁ ଜାଲିଆତି ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି ।ଅଦାଲତ ଙ୍କ ନକଲି ଆଦେଶ ତିଆରି ଅଭିଯୋଗ ରେ IPC ଧାରା 466/420 ଲଗାଯାଇ ଓକିଲଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

Leave A Reply

Your email address will not be published.