ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ – ବିଜୁଜନତା ଦଳ ସମ୍ବଲପୁର ବିଧାନସଭା ମଣ୍ଡଳି ପକ୍ଷରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଵାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଲିତ ହୋଇଯାଇଛି । ସମ୍ବଲପୁର ରେମେଡ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ସମ୍ବଲପୁର ବିଜେଡି ବିଧାନସଭା ମଣ୍ଡଳି ର ସବୁ ସଭ୍ୟ ମାନେ ମାଲ୍ୟାର୍ପଣ କରି ଶ୍ରଦ୍ଦାସୁମନ ଅର୍ପଣ କରିଥିଲେ । ଏଥିସହ ବିକଶିତ ଓଡିଶା ଗଠନରେ ସ୍ୱର୍ଗତ ବିଜୁ ବାବୁଙ୍କ ମହାନ ଅବଦାନ ର ସୄତିଚାରଣ କରିବା ସହ ବିଜୁ ବାବୁଙ୍କୁ ଭାରତରତ୍ନ ରେ ଉପାଧିରେ ସମ୍ମାନିତ କରିବା ପାଇଁ ଦାବି କରିଥିଲେ । ବିଜୁ ଜୟନ୍ତୀ ରେ ବିଜେଡି କାର୍ଯ୍ୟକର୍ତ୍ତା ମାନେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ର ରୋଗୀ , ଧନକଉଡା ବାଲିକାଶ୍ରମ ,ଆଶ୍ରୟ,ବୀର ସୁରେନ୍ଦ୍ର ସାଏ ମାନସିକ ଅନଗ୍ରସର ବିଦ୍ୟାଳୟ ଠାରେ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post