କାଜୁ ଚାଷ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସମ୍ମାନିତ

0 2

Cashew Industry of Kollam district facing crisis due to price disparity of  raw material, less incentives for exports: KSCDC

ଭୁବନେଶ୍ୱର,(ଶାସକ ପ୍ରଶାସକ) – କାଜୁ ଚାଷରେ ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁ ଓଡ଼ିଶା କାଜୁ ନିଗମ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛିା ଗୋଆର ପାଣାଜୀଠାରେ ଭାରତ ସରକାରଙ୍କ କୃଷି ଓ ସମବାୟ ବିଭାଗ ଏବଂ କୋଚିସ୍ଥିତ କାଜୁ ଓ କୋକୋଆ ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଆଲୋଚନଚକ୍ର ଓ ଜାତୀୟ ସ୍ତରୀୟ ସମ୍ମିଳନୀ ଅବସରରେ ଓଡ଼ିଶାକୁ ସମ୍ମାନିତ କରାଯାଇଥିଲାା କାଜୁ ଚାଷର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ ଓ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲାା ସଂପ୍ରତି କାଜୁ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ତୃତୀୟ ସ୍ଥାନରେ ରହିଛିା ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତିା ଓଡ଼ିଶାରେ ସମୁଦାୟ ୨ ଲକ୍ଷ ୧୩ ହଜାର ହେକ୍ଟର  ଜମିରେ କାଜୁ ଚାଷ ହେଉଥିବାବେଳେ ଏଥିରୁ ବାର୍ଷିକ ୧,୧୫,୧୮୮ ମେଟି୍ରକ୍ ଟନ କାଜୁ ମଞ୍ଜି ଉତ୍ପାଦନ ହେଉଅଛି ଏବଂ ହେକଫର ପିଛା ଉତ୍ପାଦନ ହାର ୯୭୦ କିଲୋଗ୍ରାମ ରହିଛିା କାଜୁ ଉନ୍ନୟନ ନିଗମର ବିଭିନ୍ନ ନର୍ସରୀରୁ ୨୦୨୦-୨୧ ବର୍ଷରେ ପ୍ରାୟ ୩୨ ଲକ୍ଷ କାଜୁ କଲମୀ ଚାରା ଉତ୍ପାଦନ ହୋଇଛିା ସର୍ବାଧିକ ଜମିରେ କାଜୁଚାଷ କରିବା ଏବଂ ସର୍ବାଧିକ ସଂଖ୍ୟକ କାଜୁ କଲମୀ ଚାରା ଉତ୍ପାଦନ କରିବାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛିା ଦୁଇଦିନିଆ ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା, ଅର୍ଥ ପରିଚାଳକ ଶ୍ରୀ ପ୍ରତାପଚନ୍ଦ୍ର ସାହୁ, କ୍ଷେତ୍ର ପରିଚାଳକ ଶ୍ରୀ ରବି ସେଠୀ, ଓଡ଼ିଶା କୃଷି  ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. କଣ୍ଡୁରୀ ଚରଣ ବାରିକ ଏବଂ ଡ. ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ରାଜ୍ୟରୁ କାଜୁ ବିଶେଷଜ୍ଞ, ଅଗ୍ରଣୀ ଚାଷୀ ଏବଂ ଯୁବ କୃଷି ଉଦ୍ୟୋଗୀ ଯୋଗଦେଇଥିଲୋ

Leave A Reply

Your email address will not be published.