ଭୀମସାର ଅଧିକ୍ଷକଙ୍କୁ ଘେରିଲେ ନର୍ସିଂ ଛାତ୍ରଛାତ୍ରୀ ।

0 2

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ବୁର୍ଲା ଭିମସାରରେ ଉତ୍ତେଜନା। ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସିଂ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣ ଦେଇଛନ୍ତି। ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀ ମାନେ ଦୀର୍ଘ୨୦ ଦିନ ଧରି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣ ଜାରୀରଖିଛନ୍ତି।  ଭୀମସାର ନର୍ସିଂ କଲେଜ ଅଧ୍ୟକ୍ଷ ଲୀଳାରାଣୀ ସ୍ୱାଇଁ ବେଆଇନ ଭାବେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଜୋର ଜବରଦସ୍ତି ଅର୍ଥ ଆଦାୟ କରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ। ଏପରିକି ରାଜ୍ୟସରକାର ଙ୍କ ପକ୍ଷରୁ କଲେଜ ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୬୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ କଲେଜ ଅଧ୍ୟକ୍ଷ  ଅର୍ଥକୁ ମଧ୍ୟ ଚଳୁ କରିଦେଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।  ଏ ନେଇ କର୍ତ୍ତୃପକ୍ଷ ଏକ ୫ ଜଣିଆ ତଦନ୍ତ କମିଟି ଗଠନ କରିଥିଲେ। ଏହି ତଦନ୍ତ କମିଟି ଗତ ୨୮ ତାରିଖ ଦିନ ତାହାର ତଦନ୍ତ ରିପୋର୍ଟ ପ୍ରଦାନ କରିବା କଥା। ହେଲେ ଆଜି ପର୍ଯ୍ୟନ୍ତ କମିଟି ତାହାର ତଦନ୍ତ ରିପୋଟ ପ୍ରଦାନ କରିନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ଫଳରେ ଶତାଧିକ ଛାତ୍ରଛାତ୍ରୀ ଭୀମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯେଉଁ ପର୍ଯ୍ୟନ୍ତ ଅଧିକ୍ଷକ କିଛି ରିପୋର୍ଟ ପ୍ରଦାନ ନ କରନ୍ତି ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନ ଫଳରେ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ବ୍ୟାଘାତ ହେଉଥିବା ବେଳେ ରୋଗୀ ସେବା ମଧ୍ୟ ବ୍ୟାଘାତ ହେଉଥିବା ଜଣାପଡିଛି।

     

     

Leave A Reply

Your email address will not be published.