ରାୟଗଡା ଉପ-କାରାଗାରକୁ ଉତ୍କଳ ଆଲୁମିନା ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

0 2

ଭୁବନେଶ୍ୱର / ରାୟଗଡା(ସରୋଜ କୁମାର ସାହୁ)  : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍‍ ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଦୋରାଗୁଡ଼ା ତାହାର ପରିପାର୍ଶ୍ଵିକ ବିକାଶ ପ୍ରୟାସ ଏବଂ କୋଭିଡ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡା ଜିଲା ସ୍ୱାସ୍ଥ୍ୟବିଭାଗକୁ ସମର୍ଥନ କରିବା ଲକ୍ଷ୍ୟରେ ରାୟଗଡା ଉପ-କାରାଗାର ଅନ୍ତେବାସୀଙ୍କ ବ୍ୟବହାର ନିମନ୍ତେ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛି । 

ଏହି ଉପଲକ୍ଷେ ଚଳିତ ମାସ ୧ତାରିଖ ଦିନ ରାୟଗଡା ଉପ-କାରାଗାର ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଶ୍ରୀ ସରୋଜ କୁମାର ମିଶ୍ର ଏଥିରେ ମୁଖ୍ୟ ଅତିଥି ଏବଂ ରାୟଗଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ୟୁନିଟ ହେଡ୍‍ ଶ୍ରୀ ମଜହର୍‍ ବେଗଙ୍କ  ସହିତ ଜେଲ୍‍ ଅନ୍ତେବାସୀଙ୍କ ପାଇଁ ଆମ୍ବୁଲାନ୍ସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୋରାପୁଟ ଜେଲ୍‍ ମଣ୍ଡଳ ଅଧୀକ୍ଷକ ବିରେନ୍ଦ୍ର ନାଥ ମହାଲିକ, ରାୟଗଡା ଉପ-କାରାଗାର ଅଧୀକ୍ଷକ ଶ୍ରୀ ଲକ୍ଷ୍ମୀଧର ମୁର୍ମୁ, ଉତ୍କଳ  ଆଲୁମିନା ସିଏସଆର, ଆର ଆଣ୍ଡ ଆର, ଲ୍ୟାଣ୍ଡ ଓ ଲିଆସନ୍‍ ହେଡ୍‍ ଶ୍ରୀ ଶିବଶଙ୍କର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ବେଗ୍‍ ଆମ୍ବଲାନ୍ସ ଚାବି ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କୁ ହସ୍ତାନ୍ତର କରିଥିଲେ । 

ଏହି ମହତ୍‍ ପ୍ରୟାସ ପାଇଁ ଉତ୍କଳ  ଆଲୁମିନାକୁ ପ୍ରଶଂସା କରି ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ  ଶ୍ରୀ ସରୋଜ କୁମାର ମିଶ୍ର କହିଥିଲେ, ଏକ ଆମ୍ବୁଲାନ୍ସ ଯୋଗାଇଦେଇ ଉତ୍କଳ  ଆଲୁମିନାର ଏହିଭଳି ସମର୍ଥନ ଜେଲ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟଯତ୍ନ  ସେବାକୁ ସୁଦୃଢ କରିବ ।

ଏହି ଅବସରରେ ଉତ୍କଳ ଆଲୁମିନା ୟୁନିଟ୍‍ ହେଡ ଶ୍ରୀ ମଜହର ବେଗ୍‍ କହିଥିଲେ, “ରାୟଗଡା ଜିଲାର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିବଦ୍ଧ ।”

ଉତ୍କଳ ଆଲୁମିନାର ମ୍ୟାନେଜର- ଲିଆସନ୍‍ ଏବଂ କୋଅର୍ଡିନେସନ ଶ୍ରୀ ପିତାମ୍ବର ବେହେରା କାର୍ଯ୍ୟକ୍ରମକୁ ଉପ-କାରାଗାର ଅଧିକାରୀଙ୍କ ସହିତ ମିଶି ସଂଯୋଜନା କରିଥିଲେ ।

 

 

Leave A Reply

Your email address will not be published.