ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଡିଏମଏଫ କନଫେରେନ୍ସ ହଲରେ ଆଜି ଚଳିତ ରବି ଋତୁରେ ଚାଷୀଙ୍କ ପଞ୍ଜିକରଣ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଏ.ପି. ସାମୁଏଲ ସୋନା ପ୍ରଶିକ୍ଷଣ ଦେଇଥିଲେ। ଆଜିର ଏହି ପ୍ରଶିକ୍ଷଣ ଶିବିରରେ ଝାରସୁଗୁଡ଼ା ଜିଲ୍ଲାର ଯୋଗାଣ ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ଏଆରସିଏସ ଝାରସୁଗୁଡ଼ା, ନିୟନ୍ତ୍ରିତ ବଜାର କମିଟିର ସଂପାଦକ, ସମବାୟ ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ, ସମସ୍ତ ୧୭ଟି ସମବାୟ ସମିତିର ସଂପାଦକ ତଥା ଡିଇଓ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.