ବ୍ଲକରେ ଚାଲିଛି ପିସି କାରବାର : ବିଜେଡ଼ି

0

କଣ୍ଟାବାଞ୍ଜି/ଚୁଡାମଣି ସୁନା -ସରକାରୀ ଯୋଜନାରେ ବ୍ୟାପକ ଅନିୟମିତା ହେଉଥିବା ବିଜେଡି ଅଭିଯୋଗ କରିଛି। ତୁରେକେଲା ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ୧୫୦ଟି ପ୍ରକଳ୍ପ ପାଇଁ ମୋଟ୍ ୩ କୋଟି ଟଙ୍କା ଅନୁମୋଦନ ଦେଇଥିଲେ। ତୁରେକେଲା ବ୍ଲର ୧୯ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଏହି ଅନୁମୋଦନରେ ଏବେ ପିସି କାରବାର ଯୋଗୁଁ କାମ ଠପ୍ ହୋଇଥିବା ଅଭିଯୋଗ କରି ସୋମବାର ବିଜେଡି ବ୍ଳକ୍ ସଭାପତି ଆଶାଦୁଲ୍ଲା ଖାନଙ୍କ ନେତୃତ୍ବରେ ତୁରେକେଲା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ତୁରେକେଲା ପାଇଁ ଆସିଥିବା ଆମ ଗାଁ ଆମ ବିକାଶ ଯୋଜନାରେ ୫ ପ୍ରତିଶତ ପିସି ପାଇଁ ଏହି କାମ ରହି ଯାଉଥିବା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଅନୁମୋଦନକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇ ଆମ ଗାଁ ଆମ ବିକାଶ ଯୋଜନାରେ ତୁରେକେଲା ବ୍ଲକର ବିଭିନ୍ନ ପଂଚାୟତରେ କାମ ଆରମ୍ଭ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଆଜିର ଏହି ଘେରାଉ ସମୟରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ, ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରା, ତୁରେକେଲା ସଂପାଦକ ପ୍ରମୋଦ ମହାପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଶ୍ୱନାଥ ସାହୁ, ଯୁବ ସଭାପତି ଶଶି ଭୂଷଣ ହିଆଁଲ, ଛାତ୍ରୀ ବିଜେଡି ସଂପାଦକ ଶିମରନ କୌର, ସଦସ୍ୟ ଶାନ୍ତନୁ ବିଭାର, କାର୍ତ୍ତିକ ସାହୁ, ବିଜୟ, ଲକ୍ଷଣ ପୁଟେଲ, ରତନ ମେହେର, ମୁରଲି ସାହୁ, ଜନ୍ତ କୁଅଁର, ଚୁଡ଼ାମଣି ତାଣ୍ଡି, ବାହାଦୁର ବେହେରା, ସତ୍ୟ କୁଅଁର, ପବିତ୍ର ହଂସ, ଭାସ୍କର ମହାକୁଡ଼, ଅମୁଲ ପୁଟେଲ, ବନବାସ ସୁନା, ସୁରେଶ  ସେଠଙ୍କ ସହ ଅନ୍ୟ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.