ଏଲ ଏନ କଲେଜରେ ସାମୂହିକ ବିଦାୟକାଳୀନ ସମ୍ବର୍ଦ୍ଧନା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ କଲେଜରେ ସାମୂହିକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଓ  ଅନ୍ୟାନ୍ୟ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା। ପୂର୍ବତନ ଅଧ୍ୟକ୍ଷ ଡଃ ଚିତ୍ତବ୍ରତ ଦତ୍ତ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମୁଖ୍ୟ କିରାଣୀ ସୁରେନ୍ଦ୍ର କୁମାର ହୋତା, ବିଜ୍ଞାନ ବିଭାଗର ପ୍ରଦର୍ଶକ ଦେବେନ୍ଦ୍ର କୁମାର ମିଶ୍ର, ପ୍ରାଣୀବିଜ୍ଞାନ ସହାୟକ ବୀରମଣି ବନଛୋର, ପଦାର୍ଥ ବିଜ୍ଞାନ ପ୍ରଦର୍ଶକ ବାସୁଦେବ ପଣ୍ଡା, ଇଂରାଜୀ ପ୍ରାଧ୍ୟାପିକା  ବାସନ୍ତୀ ପାଢ଼ୀ, ରସାୟନ ବିଜ୍ଞାନ ସହାୟକ ଟଙ୍କଧର କଲେସର, ଅଫିସ ସହାୟିକା ଧନମତି ପାଣ୍ଡେ ପ୍ରଭୃତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ  ପ୍ରାଧ୍ୟାପକ ନରେନ୍ଦ୍ର ପଣ୍ଡା ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଅଧ୍ୟାପକ ତପନ ବାରିକ। ପ୍ରାଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.